ଆକ୍ସନ ମୋଡରେ ଅତିରିକ୍ତ ତହସିଲଦାର: ୪ ଟି ହାଇୱା ସହ ୮ ଟ୍ରାକ୍ଟରରୁ ୧ ଲକ୍ଷ ୪୦ ହଜାର ଫାଇନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରାର ଅତିରିକ୍ତ ତହସିଲଦାର ଏବେ ସମ୍ପୂର୍ଣ ଆକ୍ସନ ମୋଡ଼ରେ ଥିବା ଦେଖାଯାଇଛି। ଅତର୍କିତ ଚଢ଼ାଉ କରି ୪ ହାଇୱା ଓ ୮ ଟ୍ରାକ୍ଟରରୁ କାଗଜପତ୍ର ଠିକ ନଥିବା କାରଣରୁ ୧ ଲକ୍ଷ ୪୦ ହଜାର ଟଙ୍କା ଫାଇନ କଟା ଯାଇଥିବା ନେଇ ସୂଚନା ରହିଛି। ଶନିବାର କୋକସରା ଅତିରିକ୍ତ ତହସିଲଦାର କମଳାସନ ରଥ ପେଟ୍ରୋଲିଂରେ ବାହାରିଥିବା ବେଳେ ବିଭିନ୍ନ ସ୍ଥାନରେ ବାଲି, ମେଟାଲ, ଚିପ୍ସ ବୋଝେଇ ୪ ହାଇୱା ସମେତ ୮ ଟ୍ରାକ୍ଟରକୁ ଅଟକ ରଖି ଯାଞ୍ଚ କରିବା ସମୟରେ ଗାଡିର କାଗଜପତ୍ର, ରସିଦ ଠିକ ନ ଥିବା କାରଣରୁ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ଫାଇନ କରିଥିବା ସୁଚନା ଦେଇଛନ୍ତି। ଅତିରିକ୍ତ ତହସିଲଦାରଙ୍କ ଅତର୍କିତ ଚଢ଼ାଉକୁ ନେଇ ଗାଡି ମାଲିକଙ୍କ ମଧ୍ୟରେ ଛନକା ଖେଳିଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.