ଡ୍ରାଇଭର ସଂଘ ତରଫରୁ ବାଲିଗୁଡ଼ା ବିଧାୟକଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି। ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ଡ୍ରାଇଭର ମହାସଂଘର କର୍ମକର୍ତ୍ତା ସମେତ ହେରଦ ପ୍ରଧାନ, ସାବତ ପ୍ରଧାନ, ଅନୀଲ ସାହୁ, ଯୁବରାଜ ପ୍ରଧାନ, ଦୁଃଶାସନ ଦିଗାଲ ଓ ମଦନ ଦିଗାଲ ସହିତ ଅନ୍ୟାନ୍ୟ ଡ୍ରାଇଭରମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.