ଟ୍ରାକ୍ଟର ଧକ୍କାରେ ବିଦ୍ୟୁତ ଖୁଣ୍ଟ ପଡ଼ି ମହିଳା ଶ୍ରମିକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ଅପରାହ୍ନ ଚାରିଟା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି।  ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ କାଉଗୁଡ଼ା ଗାଁରେ ଇଟା ବୋଝେଇ ଟ୍ରାକ୍ଟର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବାରୁ ଖୁଣ୍ଟଟି ଭାଙ୍ଗିପଡ଼ି ସାମ୍ନାରେ ଥିବା ଜଣେ ମହିଳା ଶ୍ରମିକଙ୍କ ଉପରେ ପଡ଼ିଯିବାରୁ ସେ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସୂଚନାନୁସାୟୀ, ଲାଞ୍ଜିଗଡ଼ରୋଡ଼ ଗ୍ରାମପଞ୍ଚାୟତ ସିକେରକୁପା ଗାଁର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଆଜି ଅପରାହ୍ନରେ କାଉଗୁଡ଼ାକୁ ଇଟା ଆଣିବାକୁ ଯାଇଥିଲା । ସେଠାରେ ଇଟା ବୋଝେଇ କରି ଫେରୁଥିବାବେଳେ ଚାଳକଙ୍କ ଅସାବଧାନତାବଶତଃ ସାମ୍ନାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଜୋରରେ ଧକ୍କା ଦେଇଥିଲା । ଏଇ ସମୟରେ ଟ୍ରାକ୍ଟରରୁ ଓହ୍ଲାଇ ଚାରିଜଣ ଯାକ ମହିଳା ଶ୍ରମିକ ଟ୍ରାକ୍ଟର ପାଖରେ ଠିଆ ହୋଇଥିବାବେଳେ ଟ୍ରାକ୍ଟର ଧକ୍କା ପରେ ବିଦ୍ୟୁତ ଖୁଣ୍ଟଟି ଭାଙ୍ଗିଯାଇ ଜଣେ ମହିଳା ଶ୍ରମିକ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କାଡ଼ଘାଟି ଗାଁର ଅଇଲି ଗଉଡ଼ ଉପରେ ପଡ଼ିଯାଇଥିଲା । ଘଟଣାସ୍ଥଳରେ ହିଁ ଅଇଲି ଗୁରୁତର ହୋଇ ପଡ଼ିଥିବାବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ରାତି ହୋଇଯିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇପାରିନାହିଁ । ଏ ସଂପର୍କରେ ଖବର ପାଇ ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରିଛନ୍ତି । ତେବେ ଦୁର୍ଘଟଣା ଘଟାଇ ଚାଳକ ଜଣକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.