କନ୍ଧମାଳରେ ପଶିଲା ଧଳା ଜହର: ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ପ୍ରଥମ ଥର ପାଇଁ ଧଳା ଜହର ମାନେ ବ୍ରାଉନସୁଗାର ପଶିବା ଆରମ୍ଭ ହୋଇ ଯାଇଛି । ଏ ନେଇ କନ୍ଧମାଳ ପୋଲିସ ବ୍ରାଉନ ସୁଗାର କାରବାର ମାମଲା ରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣଙ୍କ ଫୁଲବାଣୀ ଅଂଚଳର ସ୍ବର୍ଗତ ଭଗବାନ ମହାପାତ୍ର ଙ୍କ ପୁଅ ସପନ ମହାପାତ୍ର ବୋଲି ଜଣାପଡିଛି । ସପନ ପାଖରୁ ପୋଲିସ ୩.୫୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସପନ ଖୋର୍ଦ୍ଧା ଅଂଚଳରୁ ଆଣିଥିବା କହିଛି । ଜିଲାରେ ବ୍ରାଉନ ସୁଗାର ମାମଲା ପ୍ରଥମ ବୋଲି କୁହାଯାଉଛି ।ଏ ନେଇ ଫୁଲବାଣୀ ପୋଲିସ 103/27/06/22 ଧାରା 21(a)ଆକ୍ଟ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.