ବାତେଲିମା ପଞ୍ଚାୟତ ଗସ୍ତରେ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ତୃଣମୂଳ ସ୍ତରରେ ପହଞ୍ଚି ଜନସାଧାରଣଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ସମାଧାନ କରିବାକୁ ପ୍ରୟାସ କରୁଛନ୍ତି ଲାଞ୍ଜିଗଡ଼ ବ୍ଲକ ଜୋନ୍-୨ ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ। ବିଭିନ୍ନ ସମୟରେ ସେ ନିଜ କ୍ଷେତ୍ରର ବିଭିନ୍ନ ଗ୍ରାମରେ ପହଞ୍ଚି ସାଧାରଣ ଜନତାଙ୍କ ଆସ୍ଥାର ପାତ୍ର ପାଲଟିଛନ୍ତି। ଏହି କ୍ରମରେ ଶ୍ରୀ ନାଏକ ବାତେଲିମା ପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରିବା ସହିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନାଏକ ବାତେଲିମା ପଞ୍ଚାୟତରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ଶ୍ରୀ ନାଏକ ଗାଁ ଗାଁ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପରିଷଦ ସଦସ୍ୟଙ୍କ ସହିତ ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ କୁମାର ନାଗ, ବାତେଲିମା ସରପଞ୍ଚ କରୁଣା ମାଝୀ, ସମିତି ସଦସ୍ୟ ଗୋବିନ୍ଦ ନାଏକ, ଛାତ୍ର ବିଜେଡ଼ି ଉପ ସଭାପତି ନିରାକାର ବାଗ, ଯୁବ ସମାଜସେବୀ ଜଗସନ୍ ସାହୁ, ମୁରଲି ନାଏକ, ସମ୍ୟରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ନାଏକଙ୍କ ଏହି କାର୍ଯ୍ୟଧାରାକୁ ଲାଞ୍ଜିଗଡ଼ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.