ଜତୀନ୍ଦ୍ର ପଧାନ ଭାନପୁର ସମବାୟ ସମିତିର ସଭାପତି ଭାବେ ନିଦ୍ୱନ୍ଦରେ ନିର୍ବାଚିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଚାଲିଛି ସମବାୟ ନିର୍ବାଚନ ପ୍ରକ୍ରୀୟା । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଗତ ୧୯ ରେ ଅନୁଷ୍ଠିତ ହୋଇଥିଲା ସମବାୟ ସମିତିର ଡାଇରେକ୍ଟର (ୱାର୍ଡ ସଦସ୍ୟ) ନିର୍ବାଚନ । ସୋମବାର ୨୭/୬ ସମବାୟ ସମିତିର ସଭାପତି ପଦବୀ ସକାଳ ୧୦ ଘଣ୍ଟାରୁ ଦିବା ୧ ଘଣ୍ଟା ମଧ୍ୟରେ ରହିଥିଲା ନାମାଙ୍କନ ଦାଖଲ ପ୍ରକ୍ରୀୟା । ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରା ସମବାୟ ସମିତିରେ ଗତ ୧୯ ତାରିଖରେ ହିଁ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ସଭାପତି ମନୋନୟନ କରାଯାଇଥିଲା । ସରୋଜ କୁମାର ରାଉତ ନିଦ୍ୱର୍ନ୍ଦରେ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ବାକି ରହିଥିଲା ୬ ଗୋଟି ସମବାୟ ସମିତିର ସଭାପତି ନିର୍ବାଚନ ପ୍ରକ୍ରୀୟା । ହେଲେ ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ସମବାୟ ସମିତିରେ ଆଜି ସୋମବାର ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଜତୀନ୍ଦ୍ର ପଧାନ । ଏହି ସମବାୟ ସମିତିରେ ୧୦ ଗୋଟି ୱାର୍ଡ ସଭ୍ୟ ରହିଛନ୍ତି । ଜତୀନ୍ଦ୍ର ପଧାନଙ୍କ ସଭାପତି ପ୍ରାର୍ଥୀ ନିମନ୍ତେ ବିଜୟ କୁମାର ସାହୁ ପ୍ରସ୍ତାବକ ରହିଥିବା ବେଳେ ଅନାଦି ପଧାନ ସମର୍ଥକ ରହିଥିବା ଜଣାପଡିଛି । ପ୍ରସ୍ତାବକ ଓ ସମର୍ଥକଙ୍କ ସମେତ ୱାର୍ଡସଦସ୍ୟ ଓ ଭାନପୁରର ବରିଷ୍ଠ ଚାଷୀ ମାନଙ୍କ ଗହଣରେ ସମବାୟ ଅଫିସକୁ ଯାଇ ନିର୍ବାଚନ ଅଧିକାରୀ ଦେବରାଜ ରଣାଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ସଭାପତି ପ୍ରାର୍ଥୀ ଶ୍ରୀ ପଧାନ । ନାମଙ୍କନ ପତ୍ର ପାଇଁ ଧାର୍ଯ୍ୟ ସମୟ ଦିନ ୧ ଟା ବିତି ଯାଇଥିଲେ ମଧ୍ୟ ଆଉ କୌଣସୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ଶ୍ରୀ ପଧାନ ସଭାପତି ଭାବରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସେହିଭଳି ଶାନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ଅଫିସରେ ବିଜେଡିର ବରିଷ୍ଠ ସଦସ୍ୟ ରଞ୍ଜିତ ମାଝୀ ସଭାପତି ପ୍ରାର୍ଥୀ ଭାବରେ ପ୍ରସ୍ତାବକ ନୃପରାଜ ବିଶ୍ୱାଳ ଓ ସମର୍ଥକ ମକରନ୍ଦ ସାହୁଙ୍କ ସମେତ ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ଟିକେଧର ସାହୁ, ବରିଷ୍ଠ ଚାଷୀଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ଆସନ୍ତା ଜୁଲାଇ ୬ ରେ ରହିଛି ସଭାପତି ନିର୍ବାଚନ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.