ମା’ ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସ୍ଥିତ କଲ୍ୟାଣ ମଣ୍ଡପଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ମା’, ସଦ୍ୟଜାତ ଓ ଶିଶୁଙ୍କ ପାଇଁ ଦୁଇଦିନ ଧରି ଚାଲିଥିବା ଗୋଷ୍ଠୀ ଭିତ୍ତିକ ପୋଷଣ ତାଲିମ ଶିବିର ଆୟୋଜିତ ହୋଇଯାଇଛି। ଏଥିରେ ଗୋଛାଡେଗେଂନ ଗ୍ରାମ ପଂଚାୟତର ଆଶା କର୍ମୀ, ଅଂଗନୱାଡ଼ି କର୍ମୀ ଓ ସ୍ବେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ତାଲିମ ଦାତା ଭାବେ ଶିବ ନାଥ ପଧାନ ଓ କୃଷ୍ଣଚନ୍ଦ୍ର ବାରିକ ଯୋଗ ଦେଇ ମା ଗର୍ଭଧାରଣ ଠାରୁ ଶିଶୁର ଦୁଇ ବର୍ଷ ପର୍ଯ୍ୟନ୍ତ ୧୦୦୦ ଦିନର ଗୁରୁତ୍ୱପୂର୍ଣ୍ଣ ଯତ୍ନ ଉପରେ ଆଲୋକପାତ କରିବା ସହ ସ୍ତନ୍ୟପାନ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଉପରେ ତାଲିମ ପ୍ରଦାନ କରିଥିଲେ। ତାଲିମର ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ଆଇସିଡ଼ିଏସ ସୁପରଭାଇଜର ଶମୀଲ୍ଲା ବେହେରା ଯୋଗଦାନ କରି ଉଦଘାଟନ କରି ସମସ୍ତକୁ ଉତ୍ସାହିତ କରିଥିଲେ। ତାଲିମ ଶିବିରରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ଗ୍ରାମୀଣ ସଂଯୋଜକ ଅମ୍ବରିଶ ମିଶ୍ର, ଗ୍ରାମୀଣ ସଙ୍ଗଠକ କିଶୋର ଦାଶ, ସ୍ୱେଚ୍ଛାସେବୀ ବାସନ୍ତି ସାହୁ, ବିନୋଦିନୀ ନାଏକ ଓ ଲିଙ୍ଗରାଜ ପାତ୍ର ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.