ଜିଲ୍ଲା ପରିଷଦ ସଦସ୍ୟଙ୍କ ପ୍ରଚେଷ୍ଟାରେ ଲାଗିଲା ୨୫ କେଭିର ଟ୍ରାନ୍ସଫର୍ମର

ଖୁସି ଜାହିର କଲେ ଉଲିକୁପା ଗାଁ ଦଳପଡ଼ାବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା ଗ୍ରାମ ଦଳପଡାର ୧୦ କେଭି ଟ୍ରାନ୍ସଫର୍ମର ବାରମ୍ବାର ପୋଡିଯାଉଥିଲା। କାରଣ ଉକ୍ତ ପଡ଼ାରେ ୧୫୦ରୁ ଅଧିକ ଉପଭୋକ୍ତା ବିଦ୍ୟୁତ ଶକ୍ତି ବ୍ୟବହାର କରନ୍ତି। ତେଣୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଦେବା ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲା। ଦୁଇ ମାସରୁ ଅଧିକ ସମୟ ହେଲା ଦଳପଡା ଲୋକ ଅନ୍ଧାରରେ ବହୁତ ଅସୁବିଧାରେ ରହି ଆସୁଥିଲେ। ଏନେଇ ଦଳପଡାବାସୀ ନର୍ଲା ଜୋନ୍- ୨ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କୁ ଜଣାଇବା ପରେ ସେ ନର୍ଲା ବିଦ୍ୟୁତ ଭିଭାଗ ଯନ୍ତ୍ରୀ କମଲେଶ ପଧାନଙ୍କୁ ୨୫କେଭି ଟ୍ରାନ୍ସଫର୍ମର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାଝୀଙ୍କ ପ୍ରଚେଷ୍ଟା କ୍ରମେ ଦଳପଡାରେ ଏବେ ଲାଗିଲା ୨୫ କେଭି ଟ୍ରାନ୍ସଫର୍ମର। ବିଜୁଳି ଆଲୁଆରେ ଝଟକୁଛି ଦଳପଡା, ପଡ଼ାବାସୀ ଏବେ ଖୁବ୍ ଖୁସି। ଏଥିପାଇଁ ସେମାନେ ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ବିଭାଗୀୟ ଯନ୍ତ୍ରୀ ତଥା ବିଦ୍ୟୁତ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.