ସୁବର୍ଣ୍ଣପୁର ଠାରେ ବିଶାଳ ରକ୍ତଦାନ ଶିବିର, ୬୦୧ ୟୁନିଟ ରକ୍ତ ସଂଗ୍ରହ, ଜ଼ିଲ୍ଲାପାଳ ଓ ଏସପି କଲେ ରକ୍ତ ଦାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ସୋନପୁର କଲେଜ ପରିସରରେ ବୁଧବାର ଦିନ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଶ୍ରୀ ରାୟ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ନିଜେ ମଧ୍ୟ ଏ ଅବସରରେ ରକ୍ତଦାନ କରି ଶିବିର ର ଶୁଭାରମ୍ଭ କରି ଅନ୍ୟ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ଏହି ଶିବିରରେ ରେକର୍ଡ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଯଥେଷ୍ଟ ପୂର୍ବରୁ ଜିଲ୍ଲା ପୋଲିସ, ସ୍ଥାନୀୟ ସ୍ବଚ୍ଛ ଭାରତ ସଂଗଠନ, ଜିଲ୍ଲା ରକ୍ତଦାତା ସଂଗଠନ ପକ୍ଷରୁ ବିଭିନ୍ନ କଲେଜ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସଂଗଠନ ତଥା ପଥପ୍ରାନ୍ତ ସଭାକରି ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବା ହେତୁ ସ୍ଵତଃ ରକ୍ତଦାନ ପାଇଁ ଅନେକ ଯୁବ ଅନୁଷ୍ଠାନ ଆଗ୍ରହ ପ୍ରକାଶ କରି ଶତାଧିକ ସଂଖ୍ୟା ରେ ଆସି ଏହି ଶିବିରରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ର ସମସ୍ତ ସାମାଜିକ ଅନୁଷ୍ଠାନ ସମସ୍ତ କଲେଜ ଛାତ୍ରଛାତ୍ରୀ ନର୍ସିଂ ଛାତ୍ରୀ ସମୁହ ଓ ଲେଫ୍ଟାନେଣ୍ଟ ଆଶିଷ କୁମାର ଅଗ୍ରୱାଲା ଙ୍କ ନେତୃତ୍ୱରେ ଏନସିସି ଛାତ୍ରଛାତ୍ରୀ ଏହି ଶିବିରରେ ରକ୍ତଦାନ ସହ ସମସ୍ତ ସହଯୋଗ କରିଥିଲେ। ଏ ଉପଲକ୍ଷେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପାଳ ବିମଳେନ୍ଦୁ ରାୟ,ଏସପି ଅମରେଶ ପଣ୍ଡା,ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ସୋନପୁର କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ, ଡାକ୍ତର ଦୁର୍ଗାଦତ୍ତ ଦାଶ ପ୍ରମୁଖ ରକ୍ତଦାନ ର ଉପକାରିତା ସମ୍ବନ୍ଧରେ ଆଲୋକ ପାତ କରିଥିଲେ। ସଭାକୁ ବରିଷ୍ଠ ସାମ୍ବାଦିକ ତଥା ସ୍ଵଚ୍ଛଭାରତ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ରକ୍ତଦାତା ସଂଘ ସଭାପତି ମନୋଜ ପଣ୍ଡା ସଂଯୋଜନା କରିଥିଲେ । ଏ ଅବସରରେ ଏକ ରଙ୍ଗାରଙ୍ଗ ମେଲୋଡ଼ି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.