ବେଆଇନ କୋଇଲା ଚୋରା କାରବାର; କବାଡିବାଲା ଗିରଫ, ଗାଡି ଡ୍ରାଇଭର ଚମ୍ପଟ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବେଲଗାଁ ଫାଣ୍ଡି ଅଞ୍ଚଳରେ ଥିବା ଏକ ଢ଼ାବା ପାଖରେ ବେଆଇନ କୋଇଲା କାରବାର ଚାଲିଥିବା ଖବର ପାଇଁ ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିଥିବା ବେଳେ ୮ ଟନରୁ ଉର୍ଦ୍ଧ କୋଇଲା ଜବତ କରିଛି l ଏ ନେଇ ଥାନା କେଶ ନଂ ୧୯୩ /୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଗତ ବୁଧବାର ଦିନ ସଇଁତଲା କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ନାଁ ସଞ୍ଜୟ ବାଗୱାନୀ (୩୫) ଘର ରାୟପୁରର ତେଲିବନ୍ଦ ବୋଲି ଜଣାପଡିଛି l ପ୍ରକାଶ ଯେ, ବରଗଡ଼ ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥ ବେଲଗାଁ ରାସ୍ତା କଡ଼ରେ ଥିବା ଏକ ନିଉ ଢ଼ାବା ପାଖରେ ଥିବା କବାଡି ଦୋକାନ ଉପରେ ସଇଁତଲା ଓ ବେଲଗାଁ ପୋଲିସର ମିଳିତ ଭାବେ ଚଢ଼ାଉ କରିଥିଲେ l ଉକ୍ତ ଢ଼ାବା ପାଖରୁ ରାୟପୁର ଅଞ୍ଚଳର ସଞ୍ଜୟ ବାଗୱନି କିଛି ଦିନ ଧରି ପଥର କୋଇଲା ବୋଝେଇ ଟ୍ରକମାନଙ୍କ ଠାରୁ ବେଆଇନ ଭାବରେ ଡ୍ରାଇଭରମାନଙ୍କୁ ଯୋଗାଯୋଗ କରି କୋଇଲା କିଣି ଅନ୍ୟ ସ୍ଥାନକୁ ଚଡା ଧରରେ ବିକ୍ରି କରିବା ପାଇଁ ପଠାଉଥିଲା l ଗତ ୮ ତାରିଖ ଦିନ ମଧ୍ୟାହ୍ନ ସମୟରେ ରାୟପୁର ଅଞ୍ଚଳର ଗାଡି ମାଲିକ ସାଗର ଶର୍ମା ଜଗଦଳପୂରରୁ ଝାରସୁଗୁଡା ଟ୍ରାନ୍ସପୋର୍ଟ ପାଇଁ ଥିବାବେଳେ ତାଙ୍କ କୋଇଲା ବୋଝେଇ ଗାଡି ପହଂଚିବା ପରେ ଡ୍ରାଇଭର କୋଇଲା ଅନଲୋଡ଼ କରି ବିକ୍ରି କରୁଥିବା ବେଳେ ଶ୍ରୀ ଶର୍ମା ହଠାତ ପହଂଚିଥିଲା l ଏହି ସମୟରେ ଶର୍ମା ଓ ଚୋର ଚାଲାଣ କରୁଥିବା କବାଡିଵାଲାଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଉତେଜନା ଦେଖାଯାଇଥିଲା l ଏଥିରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଗାଡି ଧରି ଚମ୍ପଟ ମାରିଥିଲା l ପରେ ଶ୍ରୀ ଶର୍ମା ବେଲଗାଁ ଫାଣ୍ଡିରେ ଘଟଣା ସମ୍ପର୍କ ଜଣାଇବା ପରେ ସଇଁତଲା ଥାନା ସେକେଣ୍ଡ ଅଫିସର ଆଲୋକ ପ୍ରସାଦ ଭୋଇ, ଏଏସଆଇ ଅରକ୍ଷିତ ନାୟକ, କାହ୍ନୁଚରଣ ମହାନ୍ତି ପହଂଚି କୋଇଲାକୁ ଜବତ କରିବା ସହ ଅଭିଯୁକ୍ତ ସଞ୍ଜୟକୁ କାବୁ କରି ଥାନାକୁ ଆଣି ପଚରାଉଚରା କରି କୋର୍ଟ ଚାଲାଣ କରିଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.