ଫାଇଭ-ଟି ସ୍କୁଲ ରୁପାନ୍ତରିଣ; କାମ ନ ସରୁଣୁ ଫାଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ବି ଆର‌ ଆମ୍ଵେଦକର ଉଚ୍ଚବିଦ୍ୟାଳୟ ଫାଇଭ-ଟି ରେ ଅନ୍ତର୍ଭୁକ୍ତ ହେଲା ପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହାକୁ ନିୟନ୍ତ୍ରିତ କରୁଥିଲେ ସ୍ଥାନୀୟ ସରପଞ୍ଚ। କିନ୍ତୁ ଦୁଃଖର ବିଷୟ ଯେ, କାମ ଆରମ୍ଭ ହୋଇଥିଲେ ମଧ୍ୟ ଗଛ କୁଣ୍ଡଳୀ କାମ ସରିବା ପରେ ଏବେ କିଛି ଯାଗାରେ କଂକ୍ରିଟ ଫାଟି ଆଁ କଲାଣି । ତତ୍ ସହିତ ସ୍କୁଲ ସୌନ୍ଦର୍ଯ୍ୟକରଣରେ ଲାଗିଥିବା ରଙ୍ଗ ଫିକା ପଡିଗଲାଣି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରିସ୍ରାଗାର ହୋଇଥିଲେ ମଧ୍ୟ ଠିକାଦାର ଜଣକ ତାଲା ପକାଇ ଦେଇଥିବାରୁ ବ୍ୟବହାର ହୋଇ ପାରୁନାହିଁ, ତେଣୁ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସୌନ୍ଦର୍ଯ୍ୟ ପାଇଁ ଟାଇଲସ କାମ କରିବା ପାଇଁ ଯୋଜନା ଥିଲା ବେଳେ ନିମ୍ନମାନର ଟାଇଲସ ଲଗାଇବାରୁ କିଛି ସ୍ଥାନରେ ଫାଟିଵାକୁ‌ ବସିଲାଣି, ତତ୍ ସହିତ‌ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ଫାଇଭ-ଟି ରୁପାନ୍ତରିଣରେ ବେଞ୍ଚ ଓ ଟେବୁଲ୍ କ୍ରୟ ୫୮୦୦ ଥିବା ଵେଳେ‌ କୋଟେସନ ରୋଏଲ ଏଜେନ୍ସିଭଵାନୀପାଟଣା ଠାରୁକର୍ଲାମୁଣ୍ଡା ଵିଡିଓ ସୂଚରିତା ମୁଗ୍ରୀ ଓଏଇ ସନ୍ଦୀପ କୁମାର ନାୟକ ଶ୍ରୀ ବାସ୍ତବ ରଣାଙ୍କୁ ଜୋର ଜବରଦସ୍ତି କରି ସାମଗ୍ରୀ ମାଗି ଟଙ୍କା ପୈଠ କରିବା ତାଗିଦ୍ ଆମ ପ୍ରତିନିଧିଙ୍କୁ  କହିଛନ୍ତି । ଏନେଇ ଜଣେ ବିଭାଗୀୟ ଅଧିକାରୀ ନିଜସ୍ବ ସ୍ବାର୍ଥରେ ବନ୍ଦା ବୋଲି ସାଧାରଣରେ ଚର୍ଚ୍ଚା ବିଷୟ ପାଲଟିଛି । ଅତି ନିମ୍ନ ମାନର ନିର୍ମାଣ ହୋଇଥିବା ପ୍ଲାଏରେ ବେଞ୍ଚ ଓ ଡେସ୍କ ତିଆରି କାମ ବର୍ଷକ ଭିତରେ ଭାଙ୍ଗିଯିବ ବୋଲି ଆଶଙ୍କା କରାଯାଉଛି । ସ୍କୁଲ ସୌନ୍ଦର୍ଯ୍ୟ ହେଵା ଅପେକ୍ଷା ଫେଲ ମାରିଛି ଫାଇଭ-ଟି ଯୋଜନା । ଏଠାରେ ସ୍ଥାନୀୟ ନେତାମାନେ ବିଭିନ୍ନ ସମୟରେ ବିଭାଗୀୟକୁ ଚକମା ଦେଇ ଲାଭଖୋର ନୀତିରେ ଅତି ନିମ୍ନମାନର କାମ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗରେ ସ୍କୁଲ ପରିଚାଳନା କମିଟି ଅଭିଯୋଗ ବ୍ଳକ ଶିକ୍ଷା ଅଧିକାରୀ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ବିଭାଗୀୟ ଏଇଙ୍କୁ ଅଧିକ ତଥ୍ୟ ଜାଣିବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ । ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.