ମା’ ନାଁରେ କଳଙ୍କ; ୪ ବର୍ଷ ତଳେ ବର୍ଷକର ଝିଅକୁ ମାରିଥିଲା, ଏବେ ୨୦ ଦିନର ପୁଅକୁ ମାରିଦେଲା

ଓଡ଼ିଆ ବାର୍ତ୍ତା/ କେନ୍ଦୁଝର (ବିରଞ୍ଚି ନାରାୟଣ ପତ୍ରୀ): ଘର ଅଗଣା ରକ୍ତ ରଞ୍ଜିତ ହୋଇଥିଲା। କୁନି ପୁଅର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ହାତରେ ରକ୍ତାକ୍ତ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲେ ଲକ୍ଷ୍ମୀ। ପତ୍ନୀଙ୍କ ଏପରି ଭୟଙ୍କର ରୂପ ଦେଖି ଡ଼ରି ଯାଇଥିଲେ ଗୁରୁ। ମାଆ ନାଁରେ କଳଙ୍କ! ୪ ବର୍ଷ ତଳେ ନିଜ ଗର୍ଭରୁ ଜନ୍ମ ହୋଇଥିବା ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ମାରିଥିଲା। ଆଉ ଆଜି ୨୦ ଦିନର ଶିଶୁ ପୁଅକୁ ଟାଙ୍ଗିଆରେ ହାଣି ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଏପରି ବୀଭତ୍ସ ଘଟଣା ଘଟିଛି। ତେଲକୋଇ ଥାନା ବିମଳା ପଞ୍ଚାୟତ ନମକାନି ଜୁଆଙ୍ଗ ସାହିର ଗୁରୁ ଜୁଆଙ୍ଗଙ୍କ ପତ୍ନୀ ହେଉଛନ୍ତି ଲକ୍ଷ୍ମୀ। ସେ ଜଣେ ମାନସିକ ରୋଗୀ। ୨୦ ଦିନ ତଳେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଆଜି ପୂର୍ବାହ୍ନରେ ଲକ୍ଷ୍ମୀ ଘର ସମ୍ମୁଖ ପିଣ୍ଡାରେ ନିଜ ସନ୍ତାନକୁ ଧରି ଖେଳାଉ ଥିଲେ। ଆଉ ଘର ଭିତରେ ଶୋଇଥିଲେ ଗୁରୁ। ହଠାତ୍‌ ଛୁଆର ଚିତ୍କାର ଶୁଣିବାକୁ ପାଇଥିଲେ। ଆଉ ତା’ପରେ ଛୁଆର କାନ୍ଦ ବନ୍ଦ ହୋଇଯାଇଥିଲା। ଏହା ଶୁଣି ଘର ଭିତରୁ ଉଠି ଆସିଲେ ଗୁରୁ। ସେତେବେଳେ ଘର ଅଗଣା ରକ୍ତ ରଞ୍ଜିତ ହୋଇଥିଲା। କୁନି ପୁଅର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ହାତରେ ରକ୍ତାକ୍ତ ଟାଙ୍ଗିଆ ଧରି ଛିଡ଼ା ହୋଇଥିଲେ ଲକ୍ଷ୍ମୀ। ପତ୍ନୀଙ୍କ ଏପରି ଭୟଙ୍କର ରୂପ ଦେଖି ଡ଼ରି ଯାଇଥିଲେ ଗୁରୁ। ସାହି ଭାଇଙ୍କୁ ଲକ୍ଷ୍ମୀଙ୍କୁ କାବୁ କରି ହାତରୁ ରକ୍ତାକ୍ତ ଟାଙ୍ଗିଆ ଉଦ୍ଧାର କରିଥିଲେ। ଏଥିସହ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚିଥିଲା। ଲକ୍ଷ୍ମୀଙ୍କୁ ଗିରଫ କରିବା ସହିତ ଟାଙ୍ଗିଆ ଜବତ କରିଥିଲା। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଲକ୍ଷ୍ମୀ ମାନସିକ ରୋଗୀ ହୋଇଥିବାରୁ ୪ ବର୍ଷ ତଳେ ବର୍ଷକର ଝିଅକୁ ପାଣିରେ ବୁଡ଼ାଇ ହତ୍ୟା କରିଥିଲା। ଏହି ମାମଲାରେ ସେ ଗିରଫ ହୋଇ ଦୁଇ ବର୍ଷ ଜେଲ୍‌ ଯାଇଥିଲା। ପରେ ଜେଲ୍‌ରୁ ବାହାରି ସ୍ୱାମୀଙ୍କ ସହିତ ରହୁଥିଲା। ହେଲେ ଏ ପିଲାକୁ ମଧ୍ୟ ମାରିଦେଇଥିବା ଅଭିଯୋଗ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.