ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଂଚାୟତର ୧୮୦୯ ଜଣ ବୃଦ୍ଧ ବୃଦ୍ଧା ଓ ବିଧବାଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରଣାଇଥିବା ଜଣାପଡିଛି। ଏ ଉପଲକ୍ଷେ ସ୍ଥାନୀୟ ମାର୍ଦରାଜ କଲ୍ୟାଣ ମଣ୍ଡପ ପରିସର ରେ ଆୟୋଜିତ ଭତ୍ତା ବଣ୍ଟା ବଣ୍ଟା କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦଶଇଥିବା ବେଳେ ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ବ୍ଲକ ଅଧକ୍ଷ ଦୈତାରୀ ବେହେରା, ଉପାଧ୍ୟାଖ୍ୟା ଭାରତୀ ବେହେରା ଓ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବାକୁଟୁ ଗାଁ ସରପଞ୍ଚ ଗଣେଶ ସାହୁ, ମାଣିକପୁର ସରପଞ୍ଚ ଉଦ୍ୟନାଥ ବାରିକ ମଥୁରା ସରପଞ୍ଚ ମେହମତ ସେଠି ସମେତ ବ୍ଲକ ଭାରପ୍ରାପ୍ତ ଜି ପି ଓ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସମ୍ମାନିକ ସୁରକ୍ଷା ଅଧିକଡି ଦିଲୀପ ସମେତ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ।