ଘଣ୍ଟିଗୁଡା ଗ୍ରାମଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବୃକ୍ଷ ଆମର ପରମ ବନ୍ଧୁ । ସୁସ୍ଥ ଏବଂ ନିରାମୟ ଜୀବନଧାରଣ ପାଇଁ ବୃକ୍ଷ ଅପରିହାର୍ଯ୍ଯ । ସେଥିପାଇଁ ଭାରତୀୟ ଦର୍ଶନରେ ବୃକ୍ଷର ସ୍ଥାନ ବହୁ ଉର୍ଦ୍ଧ୍ବରେ । ଏହାକୁ ଅନୁଭବ କରି ୭୭ତମ ସ୍ବାଧୀନତା ଦିବସ ଅବସରରେ ଜୟପାଟଣା ବ୍ଳକ ଅନ୍ତର୍ଗତ ଉଛଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଘଣ୍ଟିଗୁଡା ଠାରେ ଗ୍ରାମ୍ୟ ଉନ୍ନୟନ କମିଟିର ତତ୍ବାବଧାନରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଏକର ସ୍ଥାନରେ ୨୦୦ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଜୟଲାଲ ନାଏକ, ସଂପାଦକ ଦୁର୍ଯ୍ୟୋଧନ ରାଉତ ସହଯୋଗ କରିଥିଲେ । ଗ୍ରାମର ପ୍ରକୃତିମିତ୍ର ପ୍ରାପ୍ତ ଶିକ୍ଷକ ବୁଦ୍ଧିରାମ ନାଏକ, ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ସାହୁ, ହିମାଞ୍ଚଲ ରାଉତ, ଅହିରାମ ରାଉତ, ଶିବ ନାଏକ ଅଖିଳ ନାଏକ, ଗଜେନ୍ଦ୍ର ରାଉତ, ବଂଶୀଧର ନାଏକ, ତୁଲସୀରାମ‌ ରାଉତ, ଲିଙ୍ଗରାଜ ନାଏକ, ସୁଦର୍ଶନ ରାଉତ, ଶଶିଧର ରାଉତ, ରୋହିତ ରାଉତ ପ୍ରମୂଖ ଉପସ୍ଥିତ ଥିବା ବେଳେ ଛୋଟପିଲାମାନେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.