ଅଭିନେତ୍ରୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କଲେ ଅଭିନେତା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିବାହ କଥା ଦେଇ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କଲେ ଅଭିନେତା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଭୋଜପୁରୀ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ପ୍ରିୟାନ୍ସୁ ସିଂ। ସେ ତାଙ୍କ ସହ-କଳାକାର ତଥା ଘନିଷ୍ଠ ବନ୍ଧୁ ପୁନୀତ ସିଂଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିବାହ କରିବି ବୋଲି କହି ପୁନୀତ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ପ୍ରିୟାନ୍ସୁ କହିଛନ୍ତି, “ସେ ଆରମ୍ଭରୁ ମୋତେ ବିବାହ କରିବେ ବୋଲି କଥା ଦେଇଥିଲେ। କିଛି ଦିନ ବିତିବା ପରେ ସେ ନିଶାଗ୍ରସ୍ତ ହୋଇ ଉଦ୍ଦେଶ୍ୟମୂଳକ ଭାବେ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରଦିନ ମୁଁ ଏହାକୁ ବିରୋଧ କରିବାରୁ ସେ କହିଥିଲେ, ମୁଁ ଆମ ଘରେ ବିବାହ ବିଷୟରେ କଥା ହୋଇଛି। ଆମର ଜାତି ସମାନ। ତେଣୁ ବିବାହରେ କୌଣସି ସମସ୍ୟା ହେବ ନାହିଁ। ହେଲେ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ସେ ବିବାହ କରିନାହାନ୍ତି। ମୁଁ ମୋ ଭଉଣୀ ସହିତ ମୁମ୍ବାଇରେ ରହେ। ପୁନୀତ୍ ପ୍ରଥମେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ କାମ କରିବା ପାଇଁ ମୋର ସାହାଯ୍ୟ ମାଗିଥିଲେ। ମୁଁ ତାଙ୍କୁ ସାହାଯ୍ୟ କରିବା ପରେ ସେ ଇଣ୍ଡଷ୍ଟ୍ରୀରେ କାମ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ଆମ ଭିତରେ ଘନିଷ୍ଠତା ବଢ଼ିଥିଲା, କିନ୍ତୁ ମୁଁ ଶାରୀରିକ ସମ୍ପର୍କ ରଖିବାକୁ ଚାହୁନଥିଲି। ମୁଁ ଏକୁଟିଆ ଥିବା ବେଳେ ସେ ମଦ ପିଇ ମୋ ଘରକୁ ଆସୁଥିଲେ। ନିଶାଗ୍ରସ୍ତ ଥିବା ବେଳେ ସେ ଜୋର ଜବରଦସ୍ତ ମୋ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଆଗରୁ ମୁଁ ଚୁପ୍ ରହି ସବୁ କିଛି ସହି ଯାଉଥିଲି। କିନ୍ତୁ ସହିବାର ସୀମା ପାର ହେବାରୁ ଏବେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଛି।” ପ୍ରିୟାନ୍ସୁଙ୍କ କହିବା କଥା ହେଲା ପୁନୀତ ତାଙ୍କର ସରଳତାର ସୁଯୋଗ ନେଇ ଏପରି ନିର୍ଯାତନା ଦେଇଛନ୍ତି। ସେପ୍ଟେମ୍ବର ୨୦୨୧ ରେ ଉଭୟଙ୍କର ବନ୍ଧୁତା ହୋଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶୃତି ଦେଇ ପ୍ରିୟାନ୍ସୁଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ପୁନୀତ। ଏହି ମାମଲାରେ ପୁନୀତ ବିରୋଧରେ ଧାରା ୩୭୬ ଏବଂ ୩୭୭ ଅଧୀନରେ ଏକ ମାମଲା ରୁଜୁ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.