କନ୍ଦାଗଡ଼ ଗ୍ରାମକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ପଞ୍ଚାୟତର କନ୍ଦାଗଡ଼ ଗ୍ରାମବାସୀ ଶୁକ୍ରବାର ମରୁଡ଼ି ଘୋଷଣା ଦାବିରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବ୍ଳକର ବିଭିନ୍ନ ପଞ୍ଚାୟତ ଭଲି ଆମପାଣି ପଞ୍ଚାୟତରେ ମଧ୍ୟ ମରୁଡ଼ି ସ୍ଥିତି ଦେଖାଦେଇଥିବା ବେଳେ କନ୍ଦାଗଡ଼ ଗାଁରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇଛି। ଯାହାକୁ ନେଇ ଧାର କରଜ ବ୍ୟାଙ୍କ ସମବାୟ ୠଣ କରି ଚାଷ କରିଥିବା ଚାଷୀମାନେ କେମିତି ୠଣ ପରିଶୋଧ କରିବେ ଓ ପରିବାର ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଚାଷୀକୂଳ। ତେଣୁ କନ୍ଦାଗଡ଼ ଗ୍ରାମକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହିତ ମେଗା ଲିପ୍ଟ ଯୋଜନାରେ କେନାଲ ସମ୍ପ୍ରସାରଣ କରି ଜଳ ଯୋଗାଣ କରିବା, ଚାଷୀଙ୍କ କ୍ଷେତରେ ପର୍ଯ୍ୟାପ୍ତ ପରିମାଣର ଗଭୀର ନଳକୂପ ସ୍ଥାପନ କରିବା ଆଦି ୩ଗୋଟି ଦାବି ନେଇ କନ୍ଦାଗଡ଼ ଗ୍ରାମର ବୈଷ୍ଣବ ମାଝୀ, ଲଛିମଧର ମାଝୀ, କୁମୁଦ ଚନ୍ଦ୍ର ମାଝୀ, ଭାସ୍କର ଦଣ୍ଡସେନା, ବଳ ମାଝୀ ସମେତ ଅନେକ ଚାଷୀ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଜିଲ୍ଲାପାଳ କଳାହାଣ୍ଡି ଓ ଫାଇଭ ଟି ସଚିବ ଙ୍କ ଉଦେଶ୍ୟରେ ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ମରୁଡ଼ି ଘୋଷଣା କରିବା ପାଇଁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.