ସରକାର ବୃଦ୍ଧି କଲେ ସାମ୍ବାଦିକଙ୍କ ମାସିକ ପେନସନ

ସାମ୍ବାଦିକ ତଥା ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ସାମ୍ବାଦିକମାନେ ସମସ୍ତଙ୍କ ସାମ୍ନାରେ ଜନସାଧାରଣଙ୍କ ସ୍ୱର ହୋଇ ଠିଆ ହୁଅନ୍ତି। ଅନେକ ପ୍ରତିକୂଳ ପରିସ୍ଥିତି ଭିତରେ ମଧ୍ୟ ଖବର ସଂଗ୍ରହ କରି ସମାଜର ବୃହତ୍ତର ସ୍ବାର୍ଥ ପାଇଁ କାର୍ଯ୍ୟ କରନ୍ତି ସାମ୍ବାଦିକ। ମଧ୍ୟପ୍ରଦେଶ ସରକାର ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ପ୍ରତିବଦ୍ଧ। ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ସାମ୍ବାଦିକ ବୀମା ସମେତ ଅନେକ ଯୋଜନା ସରକାର ଚଳାଉଛନ୍ତି। ରାଜ୍ୟ ସରକାର ସାମ୍ବାଦିକଙ୍କ ମାସିକ ପେନସନ ପରିମାଣ ବୃଦ୍ଧି କରିଛନ୍ତି। ପୂର୍ବରୁ ୧୦ ହଜାର ଟଙ୍କା ଥିଲା, ଏବେ ଏହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସ୍ତରୀୟ କମିଟି ରିପୋର୍ଟ ଆଧାରରେ ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ବର୍ତ୍ତମାନ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ପଦକ୍ଷେପ ନିଆଯିବ। ଅସୁସ୍ଥତା ପାଇଁ ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ବୃଦ୍ଧି କରାଯିବ। ବୀମା ପ୍ରିମିୟମ ମଧ୍ୟପ୍ରଦେଶ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ସେ କହିଛନ୍ତି ଯେ, ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ସାମ୍ବାଦିକମାନଙ୍କୁ ମିଳୁଛି ମାସିକ ପେନସନ। ତାହା ୧୦,୦୦୦ ରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯଦି କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ ସେଇ କ୍ଷେତ୍ରରେ ତାଙ୍କ ପତ୍ନୀଙ୍କୁ ଏକକାଳୀନ ୮ ଲକ୍ଷ ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଚୌହାନ ସ୍ପଷ୍ଟ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.