ସାମ୍ନାକୁ ଆସିଲା ପରିଣୀତି–ରାଘବଙ୍କ ବାହାଘର ଫଟୋ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି । ପଂଜାବୀ ରିତିନୀତିରେ ଉଦୟପୁରରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି । ବଲିଉଡର ବହୁ ବଡ ବଡ କଳାକାର ଏବଂ କିଛି ରାଜନେତା ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ । ବର୍ତ୍ତମାନ ଉଭୟଙ୍କ ଫଟୋ ସେସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ତାଙ୍କ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଥିଲେ । ଏହି ଫଟୋରେ ଉଭୟ କ୍ରିମ ରଙ୍ଗର ପୋଷାକ ପିନ୍ଧିଛନ୍ତି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ହୋଇଥିଲା ଲେହେଙ୍ଗା । ପରିଣିତି କ୍ରିମ ରଙ୍ଗର ଲେହେଙ୍ଗାରେ ମ୍ୟାଜିଙ୍ଗ୍ ଅଳଙ୍କାର ପିନ୍ଧିଥିବା ବେଳେ ରାଘବ ମଧ୍ୟ ପିଙ୍କ୍ ରଙ୍ଗର ସୁଟ୍ ପିନ୍ଧି ବେଶ୍ ଚମତ୍କାର ଦିଶୁଥିଲେ । ଫ୍ୟାନ୍ସ ମାନେ ଦୁହିଁଙ୍କ ଫଟୋକୁ ବହୁତ ପସନ୍ଦ କରିବା ସହ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ପରିଣିତି ମଧ୍ୟ ଏକ ତାଙ୍କ ଇନଷ୍ଟା ଆକାଉଣ୍ଟରେ ନିଜ ବିବାହ ଫଟୋ ପୋଷ୍ଟ କରିଛନ୍ତି । ଏବଂ ଲେଖିଛନ୍ତି ବ୍ରେକଫାଷ୍ଟ ଟେବୁଲରେ ଆମେ କଥା ଆରମ୍ଭ କରିଥିଲୁ, ଆମ ହୃଦୟକୁ ଏ ବିଷୟରେ ଜଣାଥିଲା । ଆମେ ଏହି ଦିନକୁ ବହୁତ ସମୟରୁ ଅପେକ୍ଷା କରିଥିଲୁ । ମିଷ୍ଟର ଓ ମିଷ୍ଟ୍ରେସ ହୋଇଥିବାରୁ ଆମେ ବହୁତ ଖୁସି । ଆମେ ପରସ୍ପର ବିନା ବଞ୍ଚିପାରିବୁ ନାହିଁ । ତାଙ୍କ ବିବାହକୁ ‘ପଞ୍ଜାବୀ ୱେଡିଙ୍ଗ ଅଫ ଦ ଇୟର’ କୁହାଯାଉଛି। ଉଦୟପୁରର ଲୀଲା ପ୍ୟାଲେସରେ ଏହି ସୁନ୍ଦର ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.