ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଅଛି।ରେଙ୍ଗାଲ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଡ୍ରଇଂ ପ୍ରତିଯୋଗିତା ରେ ଥବିର ପୁଝାରୀ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଡୋଲାମଣୀ ନାଏକ ଦ୍ଵିତୀୟ, ଅଭିମନ୍ୟୁ ଝରିଆ ତୃତୀୟ, ବକୃତା ପ୍ରତିଯୋଗୀତାରେ ମମତାଜ ରାଣୀ ସୁନାନୀ,ଖୁସୁବୁ ବାଗ ଦ୍ଵୀତୀୟ, କୁମୁଦିନୀ ରାଉତ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି କାର୍ଯ୍ୟକ୍ରମ ଭାରତ କୋଣ ଅନୁକୋଣରେ ସମସ୍ତ କ୍ଷେତ୍ରରେ ଭାଷା ଓ ପରମ୍ପରା ଏବଂ ସଂସ୍କୃତି ଉପରେ ବିଶେଷ ଧ୍ୟାନ ଦେଇ ଛାତ୍ର ଛାତ୍ରୀ ଙ୍କ ସମାଜ ସଚେତନତା ଉପଲକ୍ଷେ ରେମ୍ପ ସୋ ର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ସଭାପତିତ୍ବ କରିଥିବା ବେଳେ ସହ ଶିକ୍ଷକ କୋଟେଶ୍ବର ରାଓ ସୁଜିତ କୁମାର ସାହୁ, ଉଦ୍ଧବ ବାଗ, ଉପମା ବାଗ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.