ପୁରାତନ ବିଦ୍ୟାର୍ଥୀ ପରିଷଦ ତରଫରୁ ପାଳିତ ହେଲା ବିଶ୍ୱ ମାତୃ ଭାଷା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ବଡକିଆ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପୁରାତନ ବିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସାଉଁ ତରଫରୁ ସ୍ଥାନୀୟ ଗ୍ରାମବାସୀ, ମେଟ୍ରିକ ପରୀକ୍ଷାର୍ଥୀମାନଙ୍କ ଅଭିଵାବକଙ୍କ ଉପସ୍ଥିତିରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ପରିଷଦର ସଭାପତି ଜଳଧର ସାମଲ ଅଧ୍ଯକ୍ଷତାରେ ଆୟୋଜିତ ‘ମୋ ଭାଷା ମୋ ପାଇଁ ଶ୍ରେଷ୍ଠ’ ଆଲୋଚନା ଚକ୍ରରେ ଇଂ ମନ୍ମଥ କୁମାର ବାରିକ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। ପରିଷଦର ସମ୍ପାଦକ କବି ସୁଧାକର ସେଠୀ ପ୍ରାରମ୍ଭିକ କଥା ରଖିବା ସହ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନେଇଥିବା ବରପୁତ୍ର ମାନଙ୍କୁ ସ୍ମରଣ କରିଥିଲେ। ଶ୍ରୀ ସେଠୀ କବିତା ମାଧ୍ୟମରେ ନିଜ ମାତୃଭାଷାର ଜୟଗାନ କରିବା ସହ, ଆଗାମୀ ଦିନରେ ଭାଷାର ସୁରକ୍ଷା, ବିକାଶ ପାଇଁ ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ କରିବ ବୋଲି ଜଣାଇଥିଲେ। ବିଶେଷକରି ଛତୁ ଫୁଟିଲା ପରି ଇଂରାଜି ମାଧ୍ୟମ ବିଦ୍ୟାଳୟର ଆତ୍ମପ୍ରକାଶ ମାତୃଭାଷାର ସୁରକ୍ଷା ପାଇଁ ପୁଣି ଏକ ବିପ୍ଳବକୁ ଛିଡ଼ା କରିବ ବୋଲି ଯୁବ ସଂଗଠକ ସବ୍ୟସାଚୀ ଶତପଥି ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ନବକୁମାର ନାୟକ, ବିଜୟ କୁମାର ଦାସ, ଠକର ଚରଣ ପାଢ଼ୀ, ଜୟଶ୍ରୀ ରାଉତ, ଲକି ସାମଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।ସହ ସମ୍ପାଦକ ସାବିତ୍ରୀ ରାଣୀ ଦାସ, ଶୁଭ୍ରାଂଶୁ କୁମାର ରାଉତ, ଭବେଶ କୁମାର ମହାନ୍ତି, ରାହୁଲ କୁମାର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ରାମଚନ୍ଦ୍ର ମହାନ୍ତି, ହିମାଂଶୁ ପରିଡା, ଶାନ୍ତନୁ କୁମାର ପାଣିଗ୍ରାହୀ, ସୁଧାକର ରାଉତ,ରଞ୍ଜନ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଶେଷରେ ରଶ୍ମିରଂଜନ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.