୫ଦଫା ଦାବି ପୂରଣ କଲେ ନାହିଁ ରାଜ୍ୟ ସରକାର; ଆମରଣ ଅନଶନରେ ବସିଲେ ରାୟଗଡା ଉପ-କାରାଗାର କାରାରକ୍ଷୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଲ ଓଡିଶା ଜେଲ୍ ଏମ୍ପୋଇଜ୍ ଆସୋସିଏସନ କେନ୍ଦ୍ରୀୟ କମିଟି ଭୁବନେଶ୍ୱରଙ୍କ ଆହ୍ୱାନ କ୍ରମେ ଆଜି ସେପ୍ଟେମ୍ବର ୨୫ତାରିଖ ଠାରୁ ଆମରଣ ଅନଶନ ଧାରଣାରେ ବସିଲେ ରାଜ୍ୟର ସମସ୍ତ କାରାରକ୍ଷୀ ସଂଘ । ଏହି କ୍ରମରେ ରାୟଗଡା ଜିଲ୍ଳା ଉପ-କାରାଗାରାର କାରାରକ୍ଷୀ ସଂଘ ସଭାପତି ତଥା ଜେଲ ୱାର୍ଡର ସୀମାଂଚଳ ସେଠୀଙ୍କ ନେତୃତ୍ୱରେ ଜିଲ୍ଳାର ରାୟଗଡା,ବିଷମକଟକ ଓ ଗୁଣପୁର ସବ୍‌-ଜେଲରେ କାର୍ଯ୍ୟରତ ୪୫ଜଣ କାରାରକ୍ଷୀ କର୍ମଚାରୀମାନେ ଜେଲ ସମ୍ମୁଖରେ ଆମରଣ ଅନଶନ ଧାରଣାରେ ବସିଛନ୍ତି । ରାୟଗଡା ଉପ-କାରାଗାର ସମ୍ମୁଖରେ ୫ଦଫା ଦାବି ବ୍ୟାନର ଲଗାଇ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ନୀତିରେ ଶାନ୍ତିଶୃଙ୍ଖଳାରେ ଆମରଣ ଅନଶନରେ ବସିଛନ୍ତି କାରାରକ୍ଷୀମାନେ । କାରାରକ୍ଷୀଙ୍କ ଗ୍ରେଡପେ ୨୦୦୦ ଟଙ୍କା ଏବଂ ମୁଖ୍ୟ କାରାରକ୍ଷୀଙ୍କୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତି ନିୟମ (ବରିଷ୍ଠତା ଭିତିତ)ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନ ହେବା ନିୟମ ବନ୍ଦ କରିବା, ଖାଦଭତା ୪୦୦ଟଙ୍କାରୁ ୧୪୦୦ଟଙ୍କାକୁ ବୃଦ୍ଧି କରିବା ଏବଂ ନୂତନ ବେତନ କମିଶନ-୨୦୧୭ ଅନୁଯାୟୀ ୧୩ ମାସିଆ ଦରମା ପ୍ରଦାନ କରିବା ଭଳି ୫ଦଫା ଦାବି ନେଇ କାରାରକ୍ଷୀମାନେ ଆମରଣ ଅନଶନରେ ବସିଛନ୍ତି । ଚଳିତ ମାସର ୧୩ତାରିଖରୁ ୨୪ତାରିଖ ଯାଏଁ ଖାକିରେ କଳା ବ୍ୟାଚ ପରିଧାନ କରି ନିଜ ଦାୟିତ୍ୱ ସୁଚାରୁରୂପେ ତୁଲାଇ ଆସୁଥିବା ବେଳେ ଏହି ସମୟ ମଧ୍ୟରେ ଦାବିଗୁଡିକ ପୂରଣ ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଯଦି ଦାବି ପୂରଣ ନ ହୁଏ ତେବେ ଆଜି ୨୫ତାରିଖ ଠାରୁ ସଂଘ ନିଷ୍ପତି କ୍ରମେ ଆମରଣ ଅନଶନରେ କାରାରକ୍ଷୀମାନେ ଦାବି ପୂରଣ ନ ହେଲା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସି ରହିବେ ଏବଂ ଏହି ମଧ୍ୟରେ ଯଦି କୈାଣସି କାରାରକ୍ଷୀ ଅସୁସ୍ଥ କିମ୍ବା ମୃତ୍ୟ ବରଣ କଲେ ସେଥିପାଇର୍ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ରାୟଗଡା ଉପ-କାରାଗାର କାରାରକ୍ଷୀ ସଂଘ ସଭାପତି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଆଜିର ଏହି ଆମରଣ ଅନଶନରେ କାରାରକ୍ଷୀ ବଂଶୀଧର ମହାଙ୍କୁଡ, ସୁଶୀଲ ରଂଜନ ନାୟକ, ଦୈତାରୀ ଶବର, କମଳା ପରିଜା, କିଶୋର ଚନ୍ଦ୍ର କାଡ୍ରକା ପ୍ରମୁଖ ଧାରଣାରେ ବସିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.