ନର୍ଲା ଶିଶୁ ମନ୍ଦିରରେ ସାମାଜିକ ସଦ୍ଭାବନା ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ର ସମ୍ମେଳନ କକ୍ଷରେ ଅପରାହ୍ନ ୪ ଘଣ୍ଟା ସମୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତାବ୍ଦୀ ଅଭିଯାନ ସଂଯୋଜକ ହରେକୃଷ୍ଣ ଭୋଇଙ୍କ ଅଧ୍ୟକ୍ଷତାରେ ସାମାଜିକ ସଦ୍ଭାବନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭାଗ ସଂଘ ଚାଳକ ଜୟନାରାୟଣ ବାବୁ, ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତଥା ସଂଘର ନର୍ଲା ଖଣ୍ଡବାହ ବୁଦ୍ଧ ନାଏକ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ । ଅତିଥି ବୃନ୍ଦଙ୍କ ଦୀପ ପ୍ରଜ୍ଜ୍ଵଳନ ପରେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହିନ୍ଦୁ ରାଷ୍ଟ୍ରବାଦୀ ସବୁ ବର୍ଗର ଲୋକ ଉପସ୍ଥିତ ଥିଲେ । ଵିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ବିଜେପି ପଛୁଆ ବର୍ଗ ଜିଲ୍ଲା ସଭାପତି, କଳାହାଣ୍ଡି ଜିଲ୍ଲା ଯୁବ କୁଲତା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ନର୍ଲା ବ୍ରାହ୍ମଣ ସମାଜ ସଭାପତି ବଦ୍ରୀପ୍ରସାଦ ମିଶ୍ର, ସର୍ଗିଗୁଡା ଗଉନ୍ତିଆ ଶେଷଦେଵ ନାଏକ, ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ ସଦସ୍ୟ ସାରଥୀ ନାୟକ, ସଂଘର ନର୍ଲା ମଣ୍ଡଳ କାର୍ଯ୍ୟବାହ ଅଜୟ କୁମାର ନାଏକ, ସଂଘର ବରିଷ୍ଠ ସଦସ୍ୟ ପ୍ରଫୁଲ କୁମାର ନାଗ, ବିଶିଷ୍ଟ ଲେଖିକା ତଥା ନର୍ଲା ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଭାଗବତିଆ କବି ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ, କନ୍ଧ ସଂସ୍କୃତି ବିଶାରଦ ମେଦିନୀଧର ଯାନୀ, ବିଶିଷ୍ଟ ସଞ୍ଚାର ବାଦକ ସଦନ ପ୍ରଗଣିଆ, ଵିଶିଷ୍ଟ ଚାଷୀ ପଦ୍ମଲୋଚନ ନାଏକ, ବନବାସୀ କଲ୍ୟାଣ ଆଶ୍ରମ ନର୍ଲା ବ୍ଲକ ସଂଯୋଜକ ରାଜିବ ଲୋଚନ ପୋଢ, ସଂଘର ସଦସ୍ୟ ଦେବରାଜ ଗୌଡ଼, ରଘୁମଣି ସାହୁ, ଜୟଦେବ ପୋଢ଼, ତୁଳସୀ ବିଶି, ଆଚାର୍ଯ୍ୟ। ପୂଷ୍ପାଞ୍ଜଳି ପାଢ଼ୀ, ଶିକ୍ଷକ ସମୀର ନାଏକ, ଅବସରପ୍ରାପ୍ତ ଶିକ୍ଷକ ଘନ ଭୋଇ, ସୁଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥି ବୃନ୍ଦଙ୍କ ସମେତ ବରିଷ୍ଠ ବିଜେପି ନେତା ପ୍ରଦୀପ ନାଏକ, ଅନିରୁଦ୍ଧ ପଧାନ, ବ୍ରାହ୍ମଣ ସମାଜ ସଭାପତି ଶ୍ରୀ ମିଶ୍ର, ସାରଥୀ ନାୟକ, ଅଧ୍ୟାପିକା ଶ୍ରୀମତୀ ସାହୁ ସାମାଜିକ ସଦ୍ଭାବନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହିନ୍ଦୁ ମାନଙ୍କ ମଧ୍ୟରେ ସାମାଜିକ ସଦ୍ଭାନା ଏକାନ୍ତ ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମ ଶେଷରେ ନର୍ଲା ଖଣ୍ଡ କାର୍ଯ୍ୟବାହ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.