ଏକ୍ସନ ମୋଡ଼ରେ ସୁବର୍ଣ୍ଣପୁର ଏସପି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବିଗତ ଦିନରେ ଜିଲ୍ଲାର କିଛି ପୋଲିସ କର୍ମଚାରୀଙ୍କ ପାଇଁ ଜିଲ୍ଲା ପୋଲିସ ଚର୍ଚ୍ଚା ତଥା ବଦନାମ ମୁଣ୍ଡେଇ ଥିବା ବେଳେ କିଛି ଦିନ ତଳେ ଉଲୁଣ୍ଡା ଥାନାର ମହିଳା ଏଏସଆଇଙ୍କ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣକୁ ନେଇ ବହୁ ବିବାଦରେ ଥିବା ଏଏସଆଇ ସ୍ମିତାରାଣୀ ଦାସଙ୍କୁ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ଗତ କାଲି ସଦର ରିଜର୍ଭକୁ ସ୍ଥାନାନ୍ତରିତ କରିଥିବା ବେଳେ ହୋମଗାର୍ଡ ରାଜ କୁମାର ପ୍ରଧାନଙ୍କ ନାମରେ ଉଲୁଣ୍ଡା ଥାନାରେ ଥିବା ଏକ ସମ୍ବେଦନଶୀଳ ମାମଲାକୁ ନେଇ ଏସପି ଗତକାଲି ଶ୍ରୀ ପଧାନଙ୍କୁ ମଧ୍ୟ କାର୍ଯ୍ୟାନ୍ତର ନିର୍ଦ୍ଧେଶ କରିଛନ୍ତି । ସୁବର୍ଣ୍ଣପୁର ଏସପି ଶ୍ରୀ ପଣ୍ଡା ଗୃହରକ୍ଷୀ ଶ୍ରୀ ପ୍ରଧାନଙ୍କ ପ୍ରତି ଗ୍ରହଣ କରିଥିବା ଏଇ କଡ଼ା ଏକ୍ସନକୁ ବୁଦ୍ଧଜୀବୀ ସ୍ବାଗତ କରିଥିବା ବେଳେ ମହିଳା ଏଏସଆଇଙ୍କ ମାଲିକାନା ନାମରେ ଥିବା ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣକୁ ନେଇ କିଛି ଦିନ ଆଗରୁ ଖୁଲାସା ହୋଇଥିବା ବା ଉକ୍ତ ଘଟଣାରେ ଲିଙ୍କ ଥିବା ମହିଳା କର୍ମଚାରୀଙ୍କ ପ୍ରତି ଏସପିଙ୍କ କେବଳ ସ୍ଥାନାନ୍ତରିତ ବିଷୟ କିନ୍ତୁ ସହର ତଥା ଜିଲ୍ଲାରେ ନାନା ଚର୍ଚ୍ଚା ସୃଷ୍ଟି ହୋଇଛି ଏବଂ ସାଧାରଣ ଜନତାଙ୍କୁ ଆଦୌ ସନ୍ତୁଷ୍ଟ କରି ପାରିନି l ଆହୁରି ବି ଚର୍ଚ୍ଚା ହେଉଛି ଯେ ମହିଳା କର୍ମଚାରୀଙ୍କ ଗତିଵିଧି ଉପରେ କଡା ନଜର ରଖିବା ପାଇଁ ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି l ଏ ଘଟଣାରେ କିନ୍ତୁ ଖୁବ ଉତ୍କଣ୍ଠା ଭରି ରହିଥିବା ଅନୁମାନ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.