ଜବାହର ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଜବାହର ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଛି। ଛାତ୍ର ଛାତ୍ରୀମାନେ ସ୍ଥାନୀୟ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ସେଠାରୁ ମସଲା ଶୋଭାଯାତ୍ରାରେ ବାହାରି ସ୍କୁଲରେ ପହଞ୍ଚି ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପୁରୁଷୋତମ ଗୁପ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି କ୍ରମରେ ଆୟୋଜିତ ଉଚ୍ଚ ଡିଆଁ, ଲମ୍ବ ଡ଼ିଆଁ, ଦୌଡ଼, ବେଡ଼ମିଣ୍ଟନ, ସର୍ଟଫୁଟ୍ ଆଦି ଖେଲକୁଦରେ ଛାତ୍ର ଛାତ୍ରୀମାନେ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ପରିଚୟ ବନିତା ରାଣୀ ଦତ୍ତ୍ୱ ପ୍ରଦାନ କରିଥିବାବେଳେ କ୍ରୀଡା ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଅମିତ୍ ମହାନ୍ତି ପରିଚାଳନା କରିଥିଲେ। ମଞ୍ଚକୁ ରଶ୍ମିତା ନିଆଲ ଓ ହେମନ୍ତ ମାଝୀ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.