ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ପ୍ରଗତି କଲେଜ ସମ୍ମୁଖରେ କଳାହାଣ୍ଡି କୁଲତା ସମାଜ ପକ୍ଷରୁ କୁଲତା ଭବନ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବେ ଜିଲ୍ଲା ସଭାପତି କେଶବ ଚନ୍ଦ୍ର ଭୋଇ ସସ୍ତ୍ରୀକ କାର୍ଯ୍ୟ ସମ୍ପାଦନ କରିଥିଲେ। ଭୂମିପୂଜନ ପରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ଶ୍ରୀ ଭୋଇ, ସମ୍ପାଦକ ବିଜୟ କୁମାର ଭୋଇଙ୍କ ସହ ଜିଲ୍ଲା କମିଟି ଓ ଆଞ୍ଚଳିକ କମିଟିର କର୍ମକର୍ତ୍ତା, ଉପଦେଷ୍ଟା ମଣ୍ଡଳୀ, ଜିଲ୍ଲାର ବିଶା ଶହେ ବର୍ଗ ତଥା ଭବାନୀପାଟଣାରେ ବସବାସ କରୁଥିବା କୁଲତା ଭାଇଭଉଣୀ ଯୋଗଦେଇ ଭବନ ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ।