ଢେପଗୁଡ଼ାଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଗ୍ରାମର ଅରୁଣ ଧଙ୍ଗଡାମାଝୀ ଏବଂ ପଦ୍ମଲୋଚନ ପାତ୍ର ଦୁଇ ଜଣ ନର୍ଲା ଥାନା ଅଧିନସ୍ଥ ଗୋରକୋଲ ଗାଁକୁ ମିସ୍ତ୍ରୀ କାମ କରିବାକୁ ବାଇକ ଯୋଗେ ଯିବା ସମୟରେ ଢେପଗୁଡ଼ା ଘାଟି ନିକଟରେ ରାୟଗଡ଼ା ପଟୁ ଆସୁଥିବା ଏକ ବଲକ୍ ଟ୍ରଲର ଟ୍ରକ୍ ଦ୍ରୁତ ଗତିରେ ଆସି ପଛପଟେ ମାଡ଼ି ଯିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଜଣଙ୍କ ଉପରେ ମାଡ଼ି ଟ୍ରକଟି ମଧ୍ୟ ଓଲଟି ପଡ଼ିଥିବା ବେଳେ ଘଟଣାସ୍ଥଳରୁ ଡ଼୍ରାଇଭର ଫେରାର ଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ବିଶ୍ଵନାଥପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.