ଅଲ୍ଇଣ୍ଡିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଯୋଜକଙ୍କୁ ଟିମ୍ ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରାମଧୁନ କ୍ଲବ ଦ୍ବାରା ଆୟୋଜିତ ହେବାକୁ ଥିବା ୧୫ ତମ ଅଲ୍ ଇଣ୍ଡିଆ ଫୁଟବଲ ଟୁର୍ଣ୍ଣlମେଣ୍ଟ ପାଇଁ ଜିଲ୍ଲା କ୍ରୀଡା ସଂଘ ଅଫିସ୍ ଗାନ୍ଧୀ ଷ୍ଟାଡିୟମ ଠାରେ ଫ୍ରାଞ୍ଚାଇଜ୍ ମାନଙ୍କୁ ଲଟେରୀ ମାଧ୍ୟମ ରେ ଟିମ ଡିଷ୍ଟ୍ରିବୁସନ୍ କରାଯାଇଥିଲା। ସଭା ଓ ଲଟେରୀ କାର୍ଯ୍ୟକ୍ରମକୁ ରାମଧୁନ କ୍ଲବ୍ ର ଉପଦେଷ୍ଟl ତଥା କ୍ରୀଡାସଂଘ ଉପ- ସଭାପତି ଚିତ୍ତ ରଞ୍ଜନ ତରାସିଆ ପରିଚାଳନା କରିଥିବା ବେଳେ କ୍ଲବ୍ ର ସମ୍ପାଦକ ପୀୟୂଷ ପଣ୍ଡା ପ୍ରଯୋଜକ ଙ୍କ ପରିଚୟ ପ୍ରଦାନ କରି ସ୍ଵାଗତ କରିଥିଲେ। ଲଟେରୀ ମାଧ୍ୟମରେ ସୋନପୁରର ଅର୍ଜ୍ଜୁନ ରିସୋର୍ଟ ସଂସ୍ଥାର ପ୍ରୋପାଇଟର ଗୌତମ ସାହୁ କିଶୋର କ୍ଲବ୍ ଭୁବନେଶ୍ୱରକୁ ଚୟନ କରିଥିବା ବେଳେ ସଂସ୍କାର ଏଗ୍ରୋ ସଂସ୍ଥା ପ୍ରୋପାଇଟର ଲୋକନାଥ ରଥ ବରଗଡ ୟୁନାଇଟେଡ ସ୍ପୋର୍ସ କ୍ଲବ୍ କୁ ଚୟନ କରିଛନ୍ତି। ସୋନପୁର ନାଇସେଟ ସଂସ୍ଥା ପ୍ରୋପାଇଟର ରମଣ ପ୍ରଧାନ ଭୁବନେଶ୍ୱର ଜଗା ୟୁନାଇଟେଡ଼ କୁ ଚୟନ କରିଥିବା ବେଳେ ମା ବଗଳା ଜ୍ୱେଲର ପ୍ରୋପାଇଟର ରୂପେଶ ଅଗ୍ରୱାଲା କଲିକତା ବେଲଘରିଆ ଏଥଲେଟିକ କ୍ଲବ୍ କୁ ଚୟନ କରିଛନ୍ତି। ସୋନପୁର ଯତୀନ ଫାଇଟର୍ସ ପ୍ରୋପାଇଟର ହରିହର ପଟ୍ଟନାୟକ ରିଭର୍ସ କ୍ଳବ୍ କଟକ କୁ ଚୟନ କରିଥିବା ବେଳେ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ର ପ୍ରୋପାଇଟର ପ୍ଲାବନ ମହାପାତ୍ର ପିୱାସି ସୁନାବେଡ଼ା ଦଳ କୁ ଚୟନ କରିଥିଲେ। ହୋତା ମୋଟର୍ସ ପ୍ରୋପାଇଟର ଯୋଗେନ୍ଦ୍ର ହୋତା ବିହାର ର ମା କାମାକ୍ଷା କ୍ଳବ୍ ବକ୍ସର୍ସ କ୍ଳବ୍ କୁ ଚୟନ କରିଥିବା ବେଳେ ସୋନପୁରର ଆଲ୍ଫା ଏଜୁକେଶନ ସଂସ୍ଥା ସୋନପୁର ରାମଧୂନ କ୍ଳବକୁ ଚୟନ କରି ଏହି ଟୁର୍ଣ୍ଣlମେଣ୍ଟ ର ପ୍ରୟାସ କୁ ପ୍ରଶଂସା କରିଥିଲେ ଓ ଏହାକୁ ସଫଳ କରିବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶୁତି ଦେଇଥିଲେ। କୋଷାଧ୍ୟକ୍ଷ ବିକାଶ ପଣ୍ଡା କ୍ଲବ ଓ ଟର୍ଣ୍ଣlମେଣ୍ଟ ର ଆଭିମୁଖ୍ୟ ଉପରେ ବିସ୍ତାର ଭାବେ ବୁଝାଇଥିବା ବେଳେ କ୍ଲବର ମିଡ଼ିଆ କୋଡ଼ିନେଟର ମନୋରଞ୍ଜନ ତ୍ରୀପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। କ୍ରୀଡାବିତ ପୂରୁଶୋତ୍ତମ୍ ପାଣିଗ୍ରାହୀ, ସତ୍ୟ ନାରାୟଣ ରାଓ, କୃଷ୍ଣଚନ୍ଦ୍ର ବାଗ, ଆଦିତ୍ୟ ଦାନୀ, ଦିଲ୍ଲିପ ଗରୁ, ବଳରାମ ପଟ୍ଟନାୟକ, କମଳା ସାହୁ, କଲିମ୍ ମହମ୍ମଦ, କ୍ଲବ୍ ସଭାପତି ରଞ୍ଜୁ ସାହୁ, ବୁବୁନ ନାଏକ୍ , ସୁରଜ୍ ସାହୁ, ସୁମନ ସାହୁ, ରବି ଦେହୁରୀ ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.