ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଦ୍ଵିତୀୟ ଦିବସ; ଏକ ଯୋଡ଼ିଙ୍କ ବିବାହ ସଂସ୍କାର, ଜଣଙ୍କ ମୁଣ୍ଡନ ଓ ୧୧ ଜଣଙ୍କ ଦୀକ୍ଷା ଗ୍ରହଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଆନୁକୂଲ୍ୟରେ ହାଟପଦା ଠାରେ ନଅ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଯାଇଛି l ଏଥିରେ ଗାୟତ୍ରି ପରିବାର ପୂଜକ ସୁଶାନ୍ତ ମାଝୀ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇ ଥିବାବେଳେ ମୁଖ୍ୟ କର୍ତ୍ତା ଭାବେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି l ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଓ ପଙ୍କଜିନୀ ପଣ୍ଡା ପରିଚାଳନା କରିଥିଲେ l ଏହି ଗାୟିତ୍ରୀ ଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି l ଏହାର ଦ୍ଵିତୀୟ ଦିନରେ ପ୍ରମୋଦ ବୈଠାରୁ , ନାରାୟଣ ଜାଲ, ସୁରେଶ ରଣା, ଅଖିଳ ସାହୁ, ଭଗବାନ ଯୋଶୀ, ଲିଙ୍ଗରାଜ ବୈଠାରୁ, ବନ ବିହାରୀ ସାହୁ ଓ ଡା. ବିଶ୍ୱଜିତ ମିଶ୍ର ଙ୍କ ସହ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ l ପରେ ମୁଣ୍ଡନ ସଂସାରରେ କୃଷ୍ଣ ଚନ୍ଦ୍ର ଗହୀର, ମନୋଜ ଗହୀର, ଦିଲୀପ ସାହୁ, ସୁଶାନ୍ତ ଦଣ୍ଡସେନା, ଜଗବନ୍ଧୁ କର୍ମୀ, ହୀରାକାନ୍ତ ଦଣ୍ଡସେନା, ଗୋପୀନାଥ ସାହୁ ଙ୍କ ପୁଅ ସମେତ ୮ ଜଣଙ୍କୁ ମୁଣ୍ଡନ ସଂସ୍କାର କରାଯାଇଥିଲା l ଉକ୍ତ ଯଜ୍ଞ ଆହୂତିରେ ୧୧ ଜଣ ପରିବାର ଗାୟିତ୍ରୀ ଦୀକ୍ଷା ସଂସ୍କାର ଗ୍ରହଣ କରିଥିଲେ l ସେହିପରି ଅମିତ ରଣା ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ରଣା ବିବାହ ସଂସ୍କାର ହୋଇଥିଲା l ଏଥିରେ ଦୀପ ଯଜ୍ଞ, ବ୍ରତ, ବିଦ୍ୟା, ଗର୍ଭ ସଂସ୍କାର କାର୍ଯ୍ୟକ୍ରମ ମଧ୍ୟ ରହିଛି l ଆସନ୍ତା ୭ ତାରିଖ ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ସ୍ଥିରକୃତ ହୋଇଥିବା ଜଣାଯାଇଛି l ଏହି ସମୟରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ , ସତ୍ୟନାରାୟଣ ଗୁପ୍ତା, ପଦ୍ମନୀ ବେହେରା, ବୁଲୁ ଦାସ, ରାଜ କୁମାର କେବଟ, ପରମାନନ୍ଦ ରଣା ଙ୍କ ପ୍ରମୁଖ ଗାୟିତ୍ରୀ ମହାଯଜ୍ଞ ଦର୍ଶନ କରିଥିଲେ l ଏଥିରେ ହରିପ୍ରସାଦ ଅଗ୍ରୱାଲ, ପ୍ରଦୀପ ଜାଲ, ଭୀମସେନ ସ୍ୱାଇଁ, ମଧୁସୂଦନ ଦାସ, ସରୋଜ ଵୈଠାରୁ , ମଦନଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ, ଓ ରାମଜୀ ଚଣ୍ଡେଶ୍ୱରୀ ସଂକୀର୍ତନ ମଣ୍ଡଳୀ ସହ ଗାୟତ୍ରୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.