ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଦୁଇଦିନିଆ ସ୍ବାସ୍ଥ୍ୟ ଶିବିର

ବିଶ୍ଵବିଦ୍ୟାଳୟ ହେବ ରକ୍ତହୀନତା ଓ ତଜ୍ଜନିତ ରୋଗରୁ ମୁକ୍ତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସ୍ବାସ୍ଥ୍ୟ ହିଁ ସମ୍ପଦ । ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢା ସହ ସ୍ବାସ୍ଥ୍ୟର ଯତ୍ନ ନେବା ଲକ୍ଷ୍ଯରେ ପ୍ରଥମ ଥର ପାଇଁ ରକ୍ତହୀନତା ନିରୂପଣ କରିବା ନିମନ୍ତେ ଏକ ରକ୍ତ ପରୀକ୍ଷଣ ଶିବିରର ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବ ତଥା ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ଓ ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ମାର୍ଗଦର୍ଶନରେ ତଥା ଏହି ଦୁଇଦିନିଆ ସ୍ବାସ୍ଥ୍ୟ ଶିବିରଟି ଆରମ୍ଭ ହୋଇଯାଇଛି।

Omkar Vasthu
Omkar Vasthu


ପ୍ରଥମ ଦିନରେ ଉଭୟ କ୍ୟାମ୍ପସରେ ପଠନରତ କେବଳ ଛାତ୍ରୀ ଓ ବିଶ୍ବବିଦ୍ୟାଳୟ ପରିସର ମଧ୍ଯରେ ବସବାସ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଆସନ୍ତାକାଲି ଛାତ୍ର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଣଶିକ୍ଷକ କର୍ମଚାରୀମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯିବ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ଯ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ରକ୍ତହୀନତା ଓ ଏଥି ଜନିତ ରୋଗରୁ ମୁକ୍ତ କରବା ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ଏହି ଶିବିରରେ ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ, ସାଧାରଣ ସମ୍ପାଦକ ଡ଼କ୍ଟର ଦେବଦତ୍ତ ଦାସ, ଭାଇସ ପ୍ରେସିଡେଣ୍ଟ ଡ଼କ୍ଟର ମୀନତି ମିଶ୍ର, ଯୁଗ୍ମ ସମ୍ପାଦକ ଡ଼କ୍ଟର ଜଗନ୍ନାଥ ବେହେରାଙ୍କ ସମେତ କାର୍ଯ୍ୟନିର୍ବାହୀ ସଦସ୍ୟ ଭବାନୀ ଶଙ୍କର ଜେନା, ଦେବଦତ୍ତ ନାୟକ ଓ ସତଦଳ ଗିରି ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିଥିଲେ। ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ (ଇନ୍-ଚାର୍ଜ) ଡ଼କ୍ଟର ସୂର୍ଯ୍ୟେନ୍ଦୁ କୁମାର ଦେ ଉପସ୍ଥିତ ହୋଇ, ଉଭୟ ନମୁନା ସଂଗ୍ରହ ସ୍ଥଳୀ ଯଥା କ୍ରୀଡା କମ୍ପ୍ଲେକ୍ସ ଓ ମାନବ ସମ୍ବଳ ବିକାଶ କେନ୍ଦ୍ରର କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିଥିଲେ। ସୂଚନା ଅନୁଯାୟୀ ପ୍ରାୟ ୨୦୦୦ ରୁ ଅଧିକ ନମୂନା ସଂଗ୍ରହ କରାଯିବାର ଲକ୍ଷ୍ଯ ରଖା ଯାଇଥିବା ବେଳେ ରକ୍ତହୀନତାରେ ପୀଡ଼ିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଇରନ୍ ବଟିକା ସହ ସିରପ୍ ଔଷଧ ମାଗଣାରେ ଯୋଗାଇ ଦିଆଯିବ। ଏଥିସହ ଦୁଇମାସ ପରେ ପୁନର୍ବାର ସେମାନଙ୍କ ରକ୍ତ ପରୀକ୍ଷଣ କରାଯିବ। ଏତଦବ୍ୟତୀତ ପରୀକ୍ଷଣ କାର୍ଯ୍ୟକ୍ରମର ସବିଶେଷ ରିପୋର୍ଟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯିବ। ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡକ୍ଟର ସୋମା ନନ୍ଦ ଓ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ସଦସ୍ଯ ଏହି ଶିବିରରେ ଉପସ୍ଥିତ ହୋଇ ସହୋଯାଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.