ଏମଏମସି କପ୍ କ୍ରିକେଟ: ମହଗାଁ ଚମ୍ପିୟାନ

ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ଦାବି କଲା ଏମଏମସି କ୍ରିକେଟ କ୍ଲବ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ପ୍ରକୃତିର ନୈସର୍ଗିକ ଶୋଭା ସମ୍ଭାର ମଧ୍ୟରେ ଥିବା ସୁନାମୁଖି ଶାନ୍ତିବନ ମହଗାଁ ଠାରେ ଚାଲିଥିବା ଏମଏମସି କପ୍ କ୍ରିକେଟ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମହଗାଁ ସ୍ଥିତ ସୁନାମୁଖି ଶାନ୍ତିବନଠାରେ ୧୬ ଗୋଟି ଟିମକୁ ନେଇ ମାଁ ମାଉଳୀ କ୍ରିକେଟ କ୍ଲବ (ଏମଏମସି) ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଚାଲିଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କେଶରୀ ଶବର, କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ମୋହନ ଶବର ପ୍ରମୁଖ ଯୋଗଦେଇ କ୍ରିଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚରେ ମହଗାଁ ଦଳ ଚମ୍ପିୟାନ ହୋଇଥିବାବେଳେ କିକିଆ ଦଳ ରନର୍ସ ଅପ ହୋଇଛନ୍ତି। ବିଜେତା ଦଳକୁ ନଗଦ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏମଏମସି କ୍ରିକେଟ କ୍ଲବ ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି। ଏହି ସ୍ଥାନ ଐତିହାସିକ, ପ୍ରତ୍ନତାତ୍ବିକ, ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ବ ବହନ କରୁଥିବାବେଳେ ପ୍ରକୃତି କୋଳର ଏକ ଅନନ୍ୟ ସ୍ଥାନ ତେଣୁ ସରକାର ଏହିପ୍ରତି ଶୁଭ ଦୃଷ୍ଟି ଦେଇ ସୁନାମୁଖି ଶାନ୍ତିବନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ଜରୁରୀ ବୋଲି ଆୟୋଜକ ଏମଏମସି ପକ୍ଷରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.