ମାନବ ଅଧିକାର ରକ୍ଷା କରିବା ସରକାରଙ୍କ ଦାୟିତ୍ଵ -ପ୍ରଫେସର ପ୍ରିୟରଞ୍ଜନ ତ୍ରିବେଦୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସରକାରଙ୍କ ଦ୍ଵାରା ସୀକୃତିପ୍ରାପ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ୍ ଏବଂ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର, ଭୁବନେଶ୍ଵରର ମିଳିତ ଆନୁକୁଲ୍ୟରେ ନବମ ରାଷ୍ଟ୍ରୀୟ ମାନବିକ ଅଧିକାର ସମ୍ମିଳନୀ ନୂଆଦିଲ୍ଲୀ ସ୍ଥିତ ଗାନ୍ଧି ପିସ୍ ଫାଉଣ୍ଡେସନର ସଭାକକ୍ଷରେ ଫେବୃଆରୀ ୨୦ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଫେବୃଆରୀ ୨୦ ତାରିଖ ବିଶ୍ଵ ସାମାଜିକ ନ୍ୟାୟ ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଖ୍ୟାତ ପରିବେଶବିତ୍ ତଥା ଆମ ରାଷ୍ଟ୍ର ଏବଂ ବିଭିନ୍ନ ରାଷ୍ଟ୍ରରେ ମାନବ ଅଧିକାର ପାଇଁ କାମ କରୁଥିବା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ପ୍ରିୟରଞ୍ଜନ ତ୍ରିବେଦୀ ଉଦଘାଟନ କରି ମାନବିକ ଅଧିକାର ରକ୍ଷା କରିବା ସରକାରଙ୍କ ଦାୟିତ୍ଵ ବୋଲି ମତବ୍ୟକ୍ତ କରିବା ସହ ସରକାରଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ହିସାବରେ ଗୋଆର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ତଥା ବର୍ତ୍ତମାନ ରାଷ୍ଟ୍ରୀୟ ମାନବ ଅଧିକାର ସୁରକ୍ଷା ଆୟୋଗର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିଶେଷ ମନିଟର ମୁକ୍ତେଶ ଚନ୍ଦର୍ ଓ ନୂଆଦିଲ୍ଲୀ ସ୍ଥିତ କ୍ଷୁଦ୍ର ଶିଳ୍ପ ଉନ୍ନୟନ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଡକ୍ଟର ଶୁଭ୍ରାଂଶୁ ଶେଖର ଆଚାର୍ଯ୍ୟ, ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ଡି. କେ. ଗିରି, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ସମ୍ପାଦକ ଡକ୍ଟର ଓ.ପି.ଯାଦବ ଏବଂ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡକ୍ଟର ନିବେଦିତା ଗିରି ଭାଗ ନେଇ ମାନବ ଅଧିକାର ପାଇଁ କାମ କରୁଥିବା ଅନୁଷ୍ଠାନ ଗୁଡ଼ିକ ସଦା ସର୍ବଦା ସତର୍କ ରହି କାର୍ଯ୍ୟ କରିବା ଉଚିତ୍ ବୋଲି ମତ ରଖିଥିଲେ ।

Udyog Nursery
Udyogi Nursery

ନିମନ୍ତ୍ରିତ ଅତିଥିମାନେ ମଧ୍ଯ ଭାରତର ୧୧ତମ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କାଲାମଙ୍କ ବିଷୟରେ ଆଲୋକପାତ କରି ସେ କିପରି ଭାରତକୁ ବିଶ୍ଵର ଏକ ସର୍ବଶକ୍ତିମାନ ରାଷ୍ଟ୍ର ଭାବେ ଗଠନ କରିବା ପାଇଁ କାମ କରିଥିଲେ, ସେ ବିଷୟରେ ନିଜ ନିଜର ଅଭିମତ ରଖିଥିଲେ।

ଏହି ସମ୍ମିଳନୀରେ ଡକ୍ଟର ସୌମ୍ୟା ଶର୍ମିଷ୍ଠା ମଲ୍ଲିକଙ୍କ ସମ୍ପାଦନାରେ ପ୍ରକାଶିତ ‘ଦି ବ୍ଲେଜିଙ୍ଗ ବିକନ : ଦି ଲାଇଫ୍ ଷ୍ଟୋରି ଅଫ୍ ଡକ୍ଟର ଏ.ପି.ଜେ. ଅବଦୁଲ କାଲାମ’ ବହି ସମେତ ପ୍ରଖ୍ୟାତ ଔପନ୍ୟାସିକା ତଥା କଥାଶିଳ୍ପୀ ରଶ୍ମି ରାଉଳଙ୍କ ରଚିତ ‘ଇହାଁ ଥା ଏକ ଗାଓଁ’ ଏବଂ ‘ଯୋଗିନୀର ଆତ୍ମଲିପି’ ସଂକଳନକୁ ଲୋକାର୍ପଣ କରି ବହି ବିଷୟରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖୁଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରାକ୍ତନ ଅତିରିକ୍ତ ପୋଲିସ ମହାନିର୍ଦ୍ଦଶକ ଗୋପବନ୍ଧୁ ମଲ୍ଲିକ, ଲେଖିକା ରଶ୍ମି ରାଉଳ, ଡକ୍ଟର କମଳିନୀ ପାଣିଗ୍ରାହୀ, ସମାଜସେବୀ କାଳିଚରଣ ସିଂ, ମେନକା କାରୁଆ ଓ ସୁଲଗ୍ନା ସୁଚରିତା ପରିଚାଳନା କରିଥିଲେ। ସମ୍ମିଳନୀ ଶେଷରେ ସମାଜସେବୀ ଟିଟନ କୁମାର ସାହୁ, ରାଜକୁମାର ମୀନା, ଚଳଚ୍ଚିତ୍ର ପ୍ରଯୋଜକ ଶଚିକାନ୍ତ ମହାନ୍ତି, ଶିକ୍ଷାବିତ୍ ଶରତ କୁମାର ବିଶ୍ଵାଳ, ଭଗବାନ ମିଶ୍ର, ଶିଳ୍ପପତି ହେମନ୍ତ କୁମାର ସାହୁ ଇତ୍ୟାଦିଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଅଙ୍ଗବସ୍ତ୍ର ଏବଂ ସ୍ମୃତିଫଳକ ଦେଇ ସମ୍ମାନିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.