ପ୍ରତିଭା ଓ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଜନ ଭାରତ ରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦ୍ୱାରା ପ୍ରତିଷ୍ଠିତ ଭାରତ ରଙ୍ଗ ମହୋତ୍ସବର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବାନୀପାଟଣା ପ୍ରଗତି ଶିକ୍ଷାନୁଷ୍ଠାନରେ ପ୍ରତିଭା ଅନୁଷ୍ଠାନ ଏବଂ ପ୍ରଗତି ଅନୁଷ୍ଠାନର ମିଳିତ ପ୍ରୟାସରେ ଜନ ଭାରତ ରଙ୍ଗ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହକାରେ ପାଳିତ ହୋଇଛି। ଏଥିରେ ପ୍ରତିଭା ଅନୁଷ୍ଠାନର କଳାକାର ତଥା ପ୍ରଗତି କନସେପ୍ଟ ସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା, ବିଶେଷ ଅତିଥି ଭାବେ ପ୍ରଗତି ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ଅଜୟ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିସମିଲ୍ଲା ଖାନ ପୁରସ୍କାରପ୍ରାପ୍ତ ସଙ୍ଗୀତକାର ସର୍ବେଶ୍ୱର ଭୋଇ, ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ନୀଳାଞ୍ଚଳ ପାନ, ଲାରସେନ ଆଣ୍ଡ ଟରବୋ କମ୍ପାନୀର ସିଏସଆର ମୁଖ୍ୟ ମୁମ୍ବାଇରୁ ପ୍ରତ୍ୟୁଷ ପଣ୍ଡା, ପ୍ରଗତି କନସେପ୍ଟ ସ୍କୁଲର ଅଧ୍ୟକ୍ଷ ଚିନ୍ମୟ ଗୁରୁ, ପ୍ରତିଭା ଅନୁଷ୍ଠାନର ଅଧକ୍ଷ ଧ୍ୟାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଭା ଅନୁଷ୍ଠାନର ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଗତି କନସେପ୍ଟ ସ୍କୁଲର ଶିକ୍ଷୟିତ୍ରୀ ପୁଣ୍ୟଦୀପା ଖମାରୀ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.