ବିଜେଡିର ବିଶାଳ କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ପଡିଆ ଠାରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସମର୍ଥନରେ ଆଜି ବିଜେଡିର ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ବିଜେଡି କର୍ମୀ ଓ ନେତା ଖରିଆର ରୋଡ ସହର ଶଙ୍କର ମନ୍ଦିର ଠାରେ ଏକତ୍ରିତ ହୋଇ ଏକ ବିଶାଳ ଶୋଭଯାତ୍ରାରେ ବାହାରି ପ୍ରଥମେ ଖରିଆର ରୋଡ ଓ ପରେ ନୂଆପଡା ନଗର ପରିକ୍ରମା କରିଥିଲେ | ପରେ ଉକ୍ତ ଶୋଭାଯାତ୍ରା ପୋଲିସ ପଡିଆ ଠାରେ ପହଂଚି ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା | ନୂଆପଡା ସହର ସ୍ଥାନୀୟ ଏକତା ଛକ ଠାରେ ଉକ୍ତ ଶୋଭାଯାତ୍ରାଟି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କର୍ମୀ ସମାବେଶରେ ଯୋଗଦେଇଥିଲେ | ତେବେ ନୂଆପଡା ନିର୍ବାଚନ ମଣ୍ଡଳୀର ପ୍ରତେକ ଗାଁରୁ ବିଜେଡି କର୍ମୀ ଏହି କର୍ମୀ ସମାବେଶରେ ସାମିଲ ହୋଇଥିବା ବେଳେ ଖରିଆର ରୋଡ ଓ ନୂଆପଡା ନଗର ବାସି ମଧ୍ୟ ଉପସ୍ଥିତ ଥିଲେ | ଉକ୍ତ ମଞ୍ଚରୁ ନୂଆପଡା ବିଜେଡି ଟିକେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପ୍ରଦାନ କରାଯାଉ ଏବଂ ସମସ୍ତ ବିଜେଡି କର୍ମୀ ଓ ନେତା ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଶ୍ରୀ ଢୋଲକିଆଙ୍କୁ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହାତ ମୁଠାକୁ ଟାଣ କରିବୁ ବୋଲି ସଂକଳ୍ପ ନେଇଛନ୍ତି | ତେବେ ବିଜେଡିର କିଛି ନେତୃବୃନ୍ଦ ମନ୍ତ୍ରୀ ଢୋଲକିଆଙ୍କୁ ଦୁର୍ନୀତି ଅଭିଯୋଗ ଆଣି ବିରୋଧ କରିବା ପରେ ମନ୍ତ୍ରୀଙ୍କୁ ସମର୍ଥନରେ ଏହି କର୍ମୀ ସମାବେଶ ହୋଇଥିବା ବିଜେଡି କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି | ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ରାଜେଶ ନିଗମ, ଯୁଗ୍ମ ସମ୍ପାଦକ ତଥା ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଏସଡ଼ିସି ଅଧକ୍ଷ ଭଗତରାମ ମାଝୀ, ଜିଲ୍ଲା ପରିଷଦ ମୁରଲୀ ଭୋଇ, ଉମା ଠାକୁର, ଜିଲ୍ଲା ସମ୍ପାଦକ କାଳିଆ ପ୍ରଧାନ, ନୂଆପଡା ପଂଚାୟତ ସମିତି ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, କୋମନା ପଂଚାୟତ ସମିତି ଅଧକ୍ଷା ଅନୁସୂୟା କୁମ୍ଭାର, ଉପାଧକ୍ଷ ଜୟଦେବ ପ୍ରଧାନ, ଖରିଆର ରୋଡ ଏନଏସି ଉପାଧକ୍ଷ ନିଶାନ୍ତ ଡାଗା, ଜିଲ୍ଲା ସମ୍ପାଦକ ରବି ବାଗ, କୋମନା ବ୍ଲକ ସଭାପତି କ୍ଷମା ନିଆଲ, ନୂଆପଡା ବ୍ଲକ ସଭାପତି ରମାକାନ୍ତ କ୍ଷତ୍ରିୟ, ସମିତି ସଭ୍ୟ ସଭାପତି ନିଲକମଲ ଚନ୍ଦ୍ରକାର, ବିଜେଡି ନେତା ରାଧେ ବାଗ, ସ୍ୱାଗତ ଯୋଶୀ, ଟିଂକୁ ପଣ୍ଡା, ଥାନେଶ୍ୱର ସୁନା, ଚନ୍ଦ୍ରକାନ୍ତ ଠାକୁର, ଚୁନି ଲାଲ ସାହୁ, ଚୁରଣ ଲାଲ ମାଝୀ, ମୋତିଲାଲ ଉଜିର, ଦିଲୀପ ସିନ୍ହା, ଶିବାନନ୍ଦ ପାତ୍ର, ମନମିତ ଗୁରୁଦତ୍ତା, ସେଫୁ ଖାନ, ମୋଇନ ଖାନ, ଗୋପୀ ସୁନା, ରିଷି ଜାଲ, ବାଦଲ ବେହେରା, ସାଜନ ବର୍ମା, ଟିକୁ ସାହୁ, ଅଜୟ ଗହୀର, ମନୋଜ ଖୋଲବାହାରା, ମନୋଜ ମହାରଣା, ମୁସ୍ତଫା ଖାନ, ମଳୟ ମଣ୍ଡଳ, ବିଜେଡି ମହିଳା ନେତ୍ରୀ ସରସ୍ବତୀ ବାଗ, ସଂଗୀତା ପାରଖ, ପ୍ରତିଭା ହୋତା, ଶେଫାଳି ସେଲମା, ଯଶୋବନ୍ତି ମେହେର ପ୍ରମୁଖ ଉପସ୍ଥିତ ଥିଲେ | ଜିଲ୍ଲା ଦୁଇ ଉପସଭାପତି କ୍ଷିତୀଶ ବୋଧଙ୍କର ଓ ଧନିରାମ ସାହୁ ମଞ୍ଚ ପରିଚାଳନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.