ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ବିଶ୍ବ ଜଳ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମିଳିତ ଜାତିସଂଘର ଘୋଷଣା ଅନୁସାରେ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି ‘ଶାନ୍ତି ପାଇଁ ଜଳ’, ଯେଉଁଥିରେ ବିଶ୍ୱର ସ୍ଥିରତା ଏବଂ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ଜଳ ଦିବସ ପରିପ୍ରେକ୍ଷୀରେ ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ବିଭାଗର ସମ୍ମିଳନୀ କକ୍ଷରେ ଜଳର କ୍ରମାଗତ ଆବଶ୍ୟକତା ବୃଦ୍ଧି ଓ ଏହାର ଦକ୍ଷ ବ୍ୟବହାରରେ ବିଭାଗ କିପରି ଯୋଗଦାନ ଦେଉଛି, ସେ ସଂପର୍କରେ ଏକ ଆଲୋଚନା କରାଯାଇଥିଲା।ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭାଗ ପକ୍ଷରୁ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମେତ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳର ସଠିକ ଓ ସମାନ ବଣ୍ଟନ ଉପରେ ଆଲୋଚନା ହୋଇଥିଲା। ଜଳର ସଂରକ୍ଷଣ-ପୁନଃ ବ୍ୟବହାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଫସଲର ବିବିଧିକରଣ ପୂର୍ବକ ସମାନ ଜମିରୁ ବର୍ଷରେ ଏକାଧିକ ଫସଲ କରାଯିବା, ଦକ୍ଷ ଜଳ ବ୍ୟବହାର ପାଇଁ ଜ୍ଞାନକୌଶଳ ପ୍ରୟୋଗ, ସମାନତା ଏବଂ ନ୍ୟାୟସଙ୍ଗତ ଭାବରେ ଜଳପରିଚାଳନା, ଏଥିରେ ମହିଳାମାନଙ୍କର ଦାୟିତ୍ୱ ଓ ନେତୃତ୍ୱ ଏବଂ ଜଳ ବଣ୍ଟନରେ ଥିବା ମତଭେଦକୁ ଆପୋଷ ଭାବରେ ସମାଧାନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.