ବିଭିନ୍ନ ଅବତାର ପ୍ରସଙ୍ଗ ଶ୍ରୀମଦ୍ଭଗବତୀୟ ଆଲୋଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ତରଫରୁ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ, ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଶ୍ରୀମଦ୍ଭାଗବତ ମହାପୁରାଣ, ଦ୍ବିତୀୟସ୍କନ୍ଧର ସପ୍ତମ ଓ ଅଷ୍ଟମ ଅଧ୍ୟାୟ ଦୁଇ ଦିନ ଧରି ବିସ୍ତୃତ ଭାବରେ ଆଲୋଚନା ହୋଇଯାଇଛି । ପ୍ରଥମ ଦିବସର ସାୟଂକାଳର ପ୍ରାରମ୍ଭରେ ଡ଼ ପ୍ରିୟମ୍ବଦା ସାମଲ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତ ସତସଙ୍ଗୀମାନଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିବା ସହ କଥାବ୍ୟାସ ଦ୍ବୟଙ୍କ ପରିଚୟ ରଖିଥିଲେ । ବୈଜ୍ଞାନିକ ଅରୁଣ କୁମାର ମହାପାତ୍ର ମହୋଦୟ ପୌରୋହିତ୍ୟ ଆସନରେ ଆସୀନ ହୋଇ ଆକାଶୀୟ ମଞ୍ଚକୁ ସର୍ବପ୍ରଥମେ କଥାବ୍ୟାସ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କୁ ଏବଂ ଦ୍ବିତୀୟ ଦିନ ସତସଙ୍ଗରେ କଥାବାଚକ ପଣ୍ଡିତ ଗୋପାଳ କୃଷ୍ଣ ପଣ୍ଡା ମହୋଦୟଙ୍କୁ ସଭକ୍ତିକ ପାଛୋଟି ଆଣି ଭାଗବତର ତାତ୍ତ୍ବିକ କଥା ଆଲୋଚନା କରିବା ପାଇଁ ନିବେଦନ କରିଥିଲେ । ବିଶିଷ୍ଟ ପ୍ରବାଚକ ପଦ୍ମନାଭ ପାଣିଗ୍ରାହୀ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଓ ନାରଦ ପ୍ରସଙ୍ଗ ଉପରେ ଭଗବାନଙ୍କ ଚବିଶି ଅବତାର ଓ ତାହାର ତତ୍ତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ବେଳେ ଦ୍ବିତୀୟ ଦିବସର ସାୟଂକାଳରେ ପଣ୍ଡିତ ଗୋପାଳକୃଷ୍ଣ ପଣ୍ଡା  ଅଷ୍ଟମ ଅଧ୍ୟାୟରେ ନାରଦ ବ୍ରହ୍ମାଙ୍କ କଥୋପକଥନ ଏବଂ ପ୍ରଶ୍ନୋତ୍ତରରେ ୧୮ ଟି ବିନ୍ଦୁ ରଖି ତାହାର ଚମତ୍କାର ବ୍ୟାଖ୍ୟା ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ । ସାହିତ୍ୟିକ କବି ବନ୍ଧୁ ପରିବାରର ମାର୍ଗଦର୍ଶକ ଓଡ଼ିଶାର ମୂର୍ଦ୍ଧନ୍ୟ କଥାବ୍ୟାସ ପଣ୍ଡିତ  ଶ୍ୟାମସୁନ୍ଦର ଦାଶ ଉଭୟ ସତସଙ୍ଗର ଅନ୍ତିମ ପର୍ଯ୍ୟାୟରେ ଉଭୟ କଥାବ୍ୟାସଙ୍କୁ ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଥିଲେ । ଉକ୍ତ ଦୁଇ ଦିନର ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୧୧୫ରୁ ଉର୍ଦ୍ଧ୍ବ ସତସଙ୍ଗୀ ଶ୍ରୀମଦ୍ଭାଗବତପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ପ୍ରଣତି ମହାପାତ୍ର ଦୁଇ ଦିନର ସତସଙ୍ଗରେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସହଯୋଗ କରିଥିବା ଉପସ୍ଥିତ ସମସ୍ତ ସତସଙ୍ଗୀ ଭଗବତ୍ ପ୍ରେମୀଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ ଓ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ ସଭାର ବିରତି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଘୋଷଣା କରି ସଭାସାଙ୍ଗ ପାଇଁ ଉଦଘୋଷଣା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.