ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜନଗଣନା ତଥ୍ୟର ବ୍ୟବହାର ସଂପର୍କିତ କର୍ମଶାଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ପପୁଲେସନ ଷ୍ଟଡିଜ (ଜନସଂଖ୍ୟା ଅଧ୍ୟୟନ) ସ୍ନାତକୋତ୍ତର ବିଭାଗ ଦ୍ବାରା ଏକ ଦିନିକିଆ କର୍ମଶାଳାର ଆୟୋଜିତ ହୋଇଯାଇଛି। ‘ସାମାଜିକ ବିଜ୍ଞାନ ଅନୁସନ୍ଧାନରେ ଜନଗଣନା ତଥ୍ୟର ବ୍ୟବହାର’ ମୁଖ୍ଯ ପ୍ରସଙ୍ଗକୁ ଭିତ୍ତି କରି ଏହି କର୍ମଶାଳାର ଆୟୋଜନ କରାଯାଇଥିଲା।

Omkar Vasthu
Omkar Vasthu

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଦିନିକିଆ କର୍ମଶାଳାର ଉଦ୍ଘାଟନ ହୋଇଥିଲା। ଏକ ଦିନିକିଆ କର୍ମଶାଳା ସାମାଜିକ ବିଜ୍ଞାନ ଅନୁସନ୍ଧାନରେ ଜନଗଣନା ତଥ୍ୟର ବ୍ୟବହାର ଉପରେ ଜ୍ଞାନ ଏବଂ ବୁଝାମଣା ପ୍ରଦାନ କରିବା ଉଦ୍ଦେଶ୍ଯ ନେଇ ଆୟୋଜିତ କରାଯାଇଥିଲା। କୁଳପତି ପ୍ରଫେସର ତ୍ରିପାଠୀ ବିଶ୍ବବିଦ୍ୟାଳୟ ସ୍ଥିତ ଜନଗଣନା ତଥ୍ୟ କେନ୍ଦ୍ର, ଜନଗଣନା ତଥ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପଯୋଗୀତା ସଂପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଇଥିଲେ। ବିଶ୍ବବିଦ୍ୟାଳୟର ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ସୂର୍ଯ୍ୟେନ୍ଦୁ କୁମାର ଦେ ନିଜ ଅଭିଭାଷଣରେ ଏହି ଜନଗଣନା ତଥ୍ୟ ଯାହା ଗବେଷଣାତ୍ମକ ନିଷ୍ପତ୍ତି ନେବା ପାଇଁ ଉପଯୋଗୀ, ସାମାଜିକ-ଅର୍ଥନୈତିକ ଅର୍ଥନୈତିକ ନୀତିର ବିକାଶକୁ ସହଜ କରିଥାଏ, ନୀତି ନିର୍ଣ୍ଣୟ ତଥା ଯୋଜନା ପ୍ରଣୟନ ଓ ସରକାର ଓ ପ୍ରଶାସନ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ବୋଲି ଉଲ୍ଲେଖ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ, ଓଡିଶାର ଜନଗଣନା ଅପରେସନ୍ ନିର୍ଦ୍ଦେଶକ ଶ୍ରୀ ଉଦୟ ନାରାୟଣ ଦାସ ଯୋଗଦେଇ ଜାତୀୟ ଜନଗଣନା ପ୍ରକ୍ରିୟାକୁ ସରଳ ବିଶ୍ଳେଷଣ କରିଥିଲେ। ଭବିଷ୍ୟତରେ ଏହି ପ୍ରକ୍ରିୟାର ଡିଜିଟାଲାଇଜେସନ ହେବାନେଇ ଆଶାବ୍ୟକ୍ତ କରିଥିଲେ। ଏଥିସହ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏପରି କର୍ମଶାଳାର ଆୟୋଜନକୁ ଅନେକ ପ୍ରଶଂସା କରିଥିଲେ ଓ ଏହି କର୍ମଶାଳାର ନିଷ୍କର୍ସ କୁ ନେଇ ଆଗାମୀ ଜନଗଣନା ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନାର ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ଆଇ.ଆଇ.ପି.ଏସ, ମୁମ୍ବାଇର ପ୍ରଫେସର ସଂଜୟ କୁମାର ମହାନ୍ତି ଯୋଗଦେଇ ଜନଗଣନା ତଥ୍ୟକୁ ଗବେଷକଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ସାଧାରଣ ଓ ଅନନ୍ୟ ତଥ୍ଯ ସଂଗ୍ରହର “ସୁନାଖଣି” ବୋଲି ମତବ୍ୟକ୍ତ କରିଥିଲେ।
ଏଥିସହ ପପୁଲେସନ ଷ୍ଟଡିଜ ବିଭାଗର ଆଡଜଙ୍କ୍ଟ ପ୍ରଫେସର, ପ୍ରଫେସର ଲକ୍ଷ୍ମୀନାରାୟଣ ଦାଶ ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ଯ ଓ ଆଭିମୁଖ୍ଯକୁ ବୁଝାଇ କହିଥିଲେ ଜନଗଣନା, ଜାତୀୟ ଜନସଂଖ୍ୟା ରେଜିଷ୍ଟର (NPR), ନମୁନା ରେଜିଷ୍ଟ୍ରେସନ୍ ସିଷ୍ଟମ୍ (SRS), ସିଭିଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (CRS), ମୃତ୍ୟୁ କାରଣରୁ ମେଡିକାଲ୍ ସାର୍ଟିଫିକେଟ୍, ଏବଂ STATA ସଫ୍ଟୱେର୍ ରେ ଜନଗଣନା ମାଇକ୍ରୋ ତଥ୍ୟର ବ୍ୟବହାର ଉପରେ ଧ୍ୟାନ ଦେଇ କର୍ମଶାଳାଟି ଆୟୋଜିତ କରାଯାଇଅଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର
ପ୍ରାୟ ୧୦୦ ଜଣ ଗବେଷକ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାସହିତ ଆମନ୍ତ୍ରିତ ବକ୍ତା ତଥା ବିଶେଷଜ୍ଞ ଭାବେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ, ଓଆରଜିଆଇ ର ଡେପୁଟି ଡାଇରେକ୍ଟର ଡ଼କ୍ଟର ଜିତେନ୍ଦ୍ର ଗଉଡ, ଓଡିଶାର ଜନଗଣନା ପରିଚାଳନା ନିର୍ଦ୍ଦେଶାଳୟର ଡେପୁଟି ଡାଇରେକ୍ଟର ଶ୍ରୀ ଅଶୋକ ମିଶ୍ର, ଶ୍ରୀ ହରଧନ କର୍ମି, ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ସୁଜିତ କୁମାର ପ୍ରଧାନ ଓ ମନିପାଲ ଟାଟା ମେଡିକାଲ କଲେଜ, ଜାମସେଦପୁରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମହମ୍ମଦ ହଫିଜ ଉର ରହମାନ ପ୍ରମୁଖ ଉପସ୍ଥିତ ହୋଇ ଦୁଇଟି ଅଧିବେଶନରେ ମୂଖ୍ଯ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ସଂଚାଳନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମୋଆତୁଲା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଭାବେ ବିଭାଗ ମୂଖ୍ଯ ଡ଼କ୍ଟର ଗ୍ରେସ ବି ମୁଣ୍ଡ୍ ଦାୟିତ୍ବ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡ଼କ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.