ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବୁଧବାର ସନ୍ଧ୍ୟା ସମୟରେ ହଠାତ କାଳ ବୈଶାଖୀ ଆସି ପୁରୁଷୋତ୍ତମପୁର ସହରକୁ ଖିନ ଭିନ କରି ଦେଇଛି | ପୁରୁଷୋତ୍ତମପୁର ସହରରେ ଥିବା କିଛି ସାହିର ଘରର ଚାଳ ଛପର, ଟିଣ ଓ ଦୋକାନ ଘରର ଟିଣ, ପାଲକୁ ଉଡେଇ ଦେଇଛି | କଲେଜ ଛକ ଠାରୁ ଆରମ୍ଭ କରି ଭୁତ ସରସିଙ୍ଗି ରାସ୍ତା ଓ ଏପଟେ କନକା ରାସ୍ତା ସହିତ ବଜାର, ନନ୍ଦିକସାହି ସହିତ ଅଧିକାଂଶ ସାହି, କାଳୀ ମନ୍ଦିର ଛକ ଠାରେ ଲାଗି ଥିବା ଜାତୀୟ ପତାକା ପୋଲ,କାଳୀ ମନ୍ଦିର ଛକଠାରୁ ସରସିଙ୍ଗି ଯିବା ରାସ୍ତା ର ଅଧିକାଂଶ ବିଦ୍ୟୁତ ପୋଲ ଉପାଡି ପଡିଛି, ସୁନାରି ତୋଟା ସାହି ଛକ ରେ ଏକ ନଡ଼ିଆ ଗଛ ପଡି ଥିବାରୁ ଯାତାୟାତ ରେ ଅସୁବିଧା ହୋଇଛି, ଏପଟେ ପୁରୁଣା ଏନଏସିର ଭିତରେ ଥିବା ବଡ଼ ଗଛ ପଡି ଯାଇଛି | କନକା ପଟେ ନିର୍ମିତ ନୂତନ ପାର୍କ ଠାରୁ ଆରମ୍ଭ କରି ପୁରା ସହର ରେ କାଳ ବୈଶାଖୀ ର ତାଣ୍ଡବ ବହି ଚାଲି ଥିଲା | ନିମିଷକ ମଧ୍ୟରେ ସବୁ ଯେପରି ନଷ୍ଟ, ଭ୍ରଷ୍ଟ ହୋଇ ଯାଇଛି | ବିଶେଷ କରି ବିଦ୍ୟୁତ ପୋଲ ଗୁଡ଼ିକ କେତେ ଉପୁଡି ଯାଇଛି ତ ଆଉ କେତେ ନଇଁ ଯାଇଛି | ତେବେ ବିଦ୍ୟୁତ ବିଭାଗ ତାଙ୍କରି ଚେଷ୍ଟା ଜାରି ରଖି ଛନ୍ତିଛନ୍ତି | ବିଦ୍ୟୁତ କେବେ ଆସିବ ଜଣା ନାହିଁ| ପ୍ରଚଣ୍ଡ ରୌଦ୍ର ତାପକୁ ଏପଟେ ଅଳ୍ପ ବର୍ଷା ଦ୍ୱାରା ମଶା ମାନଙ୍କ ଦୌରାତ୍ମା ରାତ୍ରରେ ବଢ଼ିଚାଲିବ | ଅନ୍ୟାନ୍ୟ କ୍ଷୟ କ୍ଷତି ବହୁତ ହୋଇଛି | ଗରିବ ଲୋକେ ଏବଂ ଫୁଟ ପା୍ଥ ବ୍ୟବସାୟୀ ମାନଙ୍କ ବହୁତ ଅସୁବିଧା ହୋଇଛି | ପୁଣି ତାଙ୍କୁ ମୁଣ୍ଡ ସଳଖି ବାକୁ ସମୟ ଓ ବହୁ ଅର୍ଥ ବ୍ୟୟ ହେବ | ସରକାରଙ୍କ ଠାରୁ ଲୋକଙ୍କୁ କଣ ସାହାଯ୍ୟ ମିଳିବ ତାହାକୁ ଦେଖିବା କଥା |