ସ୍ବାଧିନ ପ୍ରାର୍ଥୀ ଭାବେ ନର୍ଲା ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ନାଏକ 

ଓଡ଼ିଆ ବାର୍ତ୍ତା/ (ଲିଙ୍ଗରାଜ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ କଳାହାଣ୍ଡିରେ ଚାଲିଛି ନାମାଙ୍କନ ପ୍ରକ୍ରିୟା। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ (୮୧) ପାଇଁ ସ୍ବାଧିନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ କୁମାର ନାଏକ। ବୁଧବାର ଶ୍ରୀ ନାଏକ କଳାହାଣ୍ଡି ରାଜବାଟି ସ୍ଥିତ ମାଣିକେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଡିଆରଡିଏ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନର୍ଲାରୁ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଶ୍ରୀ ନାଏକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଦଳକୁ ନଦେଖି ଉତ୍ତମ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଜନତାଙ୍କୁ ନିବେଦନ କରିଛନ୍ତି ପ୍ରଦୀପ। ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସରୋଜ କୁମାର ମାଝୀ, ବରିଷ୍ଠ ନେତା ପ୍ରଶାନ୍ତ ତ୍ରିପାଠୀ, ଗୌତମ ମହାଖୁଡ, ଉତ୍ତର ପଧାନ, ମକୁନ୍ଦ ନାଏକ, ଘନକୃଷ୍ଣ ଭୋଇ, ଅରବିନ୍ଦ ସାହୁ, ଜିତେନ୍ଦ୍ର ପଧାନ, ପ୍ରଫୁଲ୍ଲ ନାଗ, ବିଜୟ ନାଏକ, ସଞ୍ଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.