ଦେବଗିରିରେ ପୂଜାର୍ଚ୍ଚନା ସହ ନର୍ଲା ଜୋନ୍-୨ ପ୍ରଚାରରେ ବିଜେଡ଼ି ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐତିହାସିକ ଦେବଗିରି ମଠ ବୁଢୀପଦରରେ ପୂଜାର୍ଚ୍ଚନା କରି ଜୋନ୍-୨ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି। ଶୁକ୍ରବାର ଦେବଗିରିରେ କାଶି ବିଶ୍ୱନାଥ ମହାଦେବ, ମହାମାୟା ଚଣ୍ଡି, ଗଣପତି ବାବା, ଦଧିବାମନଜୀଉ ଆଦି ଦେବାଦେବୀମାନଙ୍କ ଠାରୁ ଆଶିର୍ବାଦ କାମନା କରି ବୁଢୀପଦର ଗ୍ରାମ ପରିକ୍ରମା କରି ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ଅର୍ଜୁନ ଗାଁ, ଚିଆଁପଦର, ଟୋଲବ୍ରାହ୍ମଣୀ, ସାନଗୁଣ୍ଡରୀ, ଗାଡେବନ୍ଧ, ରାନିପଟା, ଗୁଣପୁର, ଉଲିକୁପା, ଧୁବେନ, କନାଗାଁ, ପରବାଙ୍ଗି, ନିଶାଣପୁର, ଘୁପଟି, ଧାମନଖୁଣ୍ଟା, ପାଣିମୁଣ୍ଡା, ବାଜିବାହାଲି, ମାଢେଲ, ଶଙ୍କରମାଲ, ସୁକନାଭଟା ଦେଇ ଗୋହିରାପଦରରେ ଶୁକ୍ରବାରର ପ୍ରଚାର ଶେଷ କରିଥିଲେ। ନର୍ଲା ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟର ବିକାଶଧାରାକୁ ଆଗେଇ ନେବାପାଇଁ ବିଧାୟକ ପ୍ରାର୍ଥୀନୀ ଭାବେ ତାଙ୍କୁ ଓ ସାଂସଦ ପ୍ରାର୍ଥୀ ଭାବେ ଲମ୍ବୋଦର ନିଆଲଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ମନୋରମା ମହାନ୍ତି। ମନୋରମାଙ୍କ ଏହି ମାରାଥନ୍ ପ୍ରଚାର ସମୟରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଜେଡ଼ି କର୍ମୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସମସ୍ତ ଗ୍ରାମରେ ବିଜେଡ଼ି ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.