ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡାରେ ଆଜିଠୁଁ ଆରମ୍ଭ ହେଲା ୨୪ ପ୍ରହର ନାମଯଜ୍ଞ । ଏନେଇ ଗତକାଲି ଗୁରୁବାର ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ବିଲ୍ୱ ବରଣ ଓ ଅଧିବାସ କର୍ମ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ସକାଳ ୭.୦୫ ଟା ସମୟରେ ପବିତ୍ର ଅଖଣ୍ଡ ନାମ ଆରମ୍ଭ ହୋଇଯାଇଛି । ପୂର୍ବରୁ ଉପରପଡାରେ ଅସ୍ଥାୟୀ ମଣ୍ଡପରେ ନାମଯଜ୍ଞ ଚାଲି ଆସୁଥିଲା । ଉପର ପଡାରେ ସ୍ଥାୟୀ ମଣ୍ଡପ ନିର୍ମାଣ ହୋଇଥିବାରୁ ଏହାର ପ୍ରତିଷ୍ଟା କାର୍ଯ୍ୟକ୍ରମ ସାଙ୍ଗକୁ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ନାମଯଜ୍ଞରେ ପୂଜକ ପଣ୍ଡିତ ଭାବରେ ଦୟାନିଧି ବିଶି ପୁଜନ କାର୍ଯ୍ୟ କରିଚାଳନା କରୁଥିବା ବେଳେ ଦେବରାଜ ଖାଡଙ୍ଗା ଓ ପିଙ୍କୁ ଖାଡଙ୍କା ଜପକ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସରସ୍ୱତୀ ଦାସ ଓ ପର୍ଶୁରାମ ଦାସ ଦମ୍ପତି କର୍ତ୍ତା ଦାଇତ୍ୱ ନିର୍ବାହନ କରୁଛନ୍ତି । ନର୍ଲାର ପୂର୍ବତନ ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ଡମ୍ବରୁଧର ବେହେରା, ସମୀର ପୁଝାରୀ, ମନ୍ମଥ ମୁଝାରୀ, ମନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଲଳିତ ବିଶ୍ୱାଳ, ସମ୍ପାଦକ ଭାବରେ ପଦାରବିନ୍ଦ ପାତ୍ର, କୋଷାଧ୍ୟକ୍ଷ ଭାବରେ ସୁଜିତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସୁରେନ୍ଦ୍ର ମାଝୀ, ନୀଲୁ ଗଉଡ, କୁଳ ମାଝୀ, ମଣ୍ଟୁ ପୁଝାରୀ, ଆଲୋକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି । ନର୍ଲା ରାଧାକୃଷ୍ଣ କମିଟି ଆନୁକୂଲ୍ୟରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ନର୍ଲା ରାଧାକୃଷ୍ଣ କମିଟି ସଂକୀର୍ତ୍ତନ ମଣ୍ଡଳୀ, ରେଗଡିମାଳ ଝିଅ ଦଳ, ଡୁମାଲପଡା, ବଡ ଘୁଣ୍ଡୁରୀ ଝିଅ ଦଳ, ଚିଲିଗୁଡା, ଭାଲୁମୁଣ୍ଡା, ବରଗୁଡା, କାଣ୍ଡେଲ, ରତନପୁର ଝିଅଦଳ, ଗାଡେବନ୍ଧ ଓ ରୁପ୍ରା ନାଏକପଡା ଏଭଳି ମୋଟ ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ନାମଯଜ୍ଞ ସହ ଏଥିରେ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।