କଂଗ୍ରେସ ପକ୍ଷରୁ ଷୋଳଘର ଗ୍ରାମରେ ପାଞ୍ଚଟି ପଞ୍ଚାୟତକୁ ନେଇ ନିର୍ବାଚନୀ ସଭା 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର, ଷୋଳଘର, ବାଘଳା, ସୁନାଥର, ଜଗନ୍ନାଥପୁର ପଞ୍ଚାୟତର ବହୁ କଂଗ୍ରେସକର୍ମୀ ମାନଙ୍କୁ ନେଇ ଷୋଳଘର ଗ୍ରାମରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇ ଯାଇଛି | ଏଥିରେ କଂଗ୍ରେସର ଲୋକସଭା ପ୍ରାର୍ଥୀ ଦେବକାନ୍ତ ଶର୍ମା, ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା (ଉଜ୍ଜ୍ୱଳ ଭାଇ), ପୁରୁଷୋତ୍ତମପୁର ବ୍ଳକ ସଭାପତି ପ୍ରଦୀପ ମହାରଣା, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାସ ଏବଂ ବାଘଳାର ଜିଲ୍ଲା ପରିଷଦ ପ୍ରାର୍ଥୀ ସଞ୍ଚୟ କୁମାର ଦାସଙ୍କ ସଂଯୋଜନାରେ କଂଗ୍ରେସ କର୍ମୀଙ୍କୁ ନେଇ କଂଗ୍ରେସର ଆସ୍କା ସଂସଦୀୟ କ୍ଷେତ୍ର ଓ ଖଲ୍ଲିକୋଟ ବିଧାନ ସଭା କ୍ଷେତ୍ର ପାଇଁ ଦୁଇ ପ୍ରାର୍ଥୀଙ୍କୁ କିପରି ଜୟଯୁକ୍ତ କରାଇ ହେବ ସେନେଇ ଆଲୋଚନା ହୋଇଥିଲା। କଂଗ୍ରେସର ପାଞ୍ଚ ଗେରେଣ୍ଟି କାର୍ଡ ଯଥା ୧– ଗୃହ ଜ୍ୟୋତି ଯୋଜନାରେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ଛାଡ଼, ୨–ଯୁବ ବିକାଶ ଯୋଜନା ରେ ପାଞ୍ଚ ଲକ୍ଷ ଯୁବକ, ଯୁବତୀଙ୍କ ନିମନ୍ତେ ନିଯୁକ୍ତି ବ୍ୟବସ୍ତା ଓ ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବେକାରୀ ଭତା ପ୍ରଦାନ, ୪– କୃଷକ ବନ୍ଧୁ ଯୋଜନାରେ ବୋନସ ସହ ଧାନର କୁଇଣ୍ଟାଲ ପ୍ରତି ମୂଲ୍ୟ ୩୦୦୦ ଟଙ୍କା, କୃଷି ରୁଣ ଛାଡ଼, କୃଷକ ଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ, ୪—ଗୃହ ଲକ୍ଷ୍ମୀ ଯୋଜନା ମହିଳାଙ୍କୁ ମାସିକ ଭତା ୨୦୦୦ ଟଙ୍କା ଏବଂ ଆଦିବାସୀ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କା ଭତା ପ୍ରଦାନ, ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ବ୍ୟାଙ୍କ ରୁଣ ଛାଡ଼, ୫— ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଲୋକଙ୍କ ଚିକିତ୍ସା ସୁବିଧା, ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ବିଧବା, ଦିବ୍ୟାଙ୍ଗଙ୍କ ନିମନ୍ତେ, ଚିଟିଫଣ୍ଡ ଜମା କାରୀଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମା ରାଶି ଫେରସ୍ତ, ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭ % ସଂରକ୍ଷିତ, ଦଳିତ ଓ ଆଦିବାସୀଙ୍କ ନିଜ ଜମି ଓ ଜଙ୍ଗଲ ଜମି ଉପରେ ସମ୍ପୁର୍ଣ୍ଣ ଅଧିକାର, ଏବଂ ୧୦୦ ଦିନ ମଧ୍ୟରେ ପ୍ରେସ ଆଇନକୁ କଡା କଡ଼ି ଭାବେ ଲାଗୁ କରିବାକୁ ଦେଇଥିବା ଏହି ଗେରେଣ୍ଟି କାର୍ଡ ଉପରେ ଲୋକମାନଙ୍କୁ ବୁଝାଇ ଦୁଇ ପାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେବାକୁ ଲୋକମାନଙ୍କୁ ଓ କର୍ମୀ, ନେତା ମାନଙ୍କୁ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମରେ ଷୋଳଘର ପଞ୍ଚାୟତର ଲିଟୁ ମହାନ୍ତି, ରାମକୃଷ୍ଣ ପାଢୀ, ସାଗର ପାଢୀ, ସୃତି ରଞ୍ଜନ ମହାନ୍ତି, ସୁଶାନ୍ତ ଦାସ, ସାଗର ଦାସ, ନରହରି ପଣ୍ଡା, ରାମକୃଷ୍ଣ ସାହୁ, ସ୍ୱରାଜ୍ୟ ବେହେରା, ରାମକୃଷ୍ଣ ମହାନ୍ତି, ରମେଶ ବେହେରା, ପପୁନୁ ବେହେରା, ସନ୍ତୋଷ ପାଢ଼ୀ, ନାରାୟଣ ପାଢ଼ୀ, ଶ୍ରୀଧର ସାହୁ, ଦିନେଶ ପଣ୍ଡା ଓ ବାଘଳା ପଞ୍ଚାୟତର ସଞ୍ଚୟ କୁମାର ନାହାକ, ସୁଶାନ୍ତ କୁମାର ନାହାକ, କୃଷ୍ଣ ନାହାକ, ଗଣେଶ ନାହାକ, ରାଜୀବ ନାହାକ, ଅମର ନାହାକ, ସୁଧିର ନାହାକ, କୈଳାସ ନାହାକ, ବିକି ନାହାକ, ସଚିନ୍ ନାହାକ, ସାଗର ନାହାକ, ଆସିସ୍ ନାହାକ, ବୁଲୁ ବସ୍ତିଆ, ମିଟୁ ବସ୍ତିଆ, ନିଳାଞ୍ଚଳ ବସ୍ତିଆ, ସୁଜିତ ବସ୍ତିଆ, ଟିଟୁ ବସ୍ତିଆ, ପିତାମ୍ବର ବସ୍ତିଆ, ମିଥୁନ ସାସମଲ, ଚନ୍ଦନ ସାସମଲ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.