ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ରଜ ଉତ୍ସବ

ବାଉଁଶ ଦୋଳି, ପୋଡ଼ପିଠା ସହ ମିଠାପାନର ମଜା ନେଲେ ସମସ୍ତେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ ଉପଲକ୍ଷେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଏକ ଉତ୍ସବର ଆୟୋଜନ  ହୋଇଯାଇଛି। ରଜ ଆମ ଓଡ଼ିଆ ଜାତିର ସମ୍ମାନ ଓ ଅନନ୍ୟତାର ପରିଚୟ ଓ ଏହା ପ୍ରକୃତିରାଣୀ, ଧରିତ୍ରୀ ମା’ ତଥା ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା। ଆମକୁ ପ୍ରକୃତି ସହ ଯୋଡ଼ିରଖିବାର ଏହି ମହାନ ପରମ୍ପରାର ଉତ୍ସବ ପାଳନ ଅବସରରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏହି ପର୍ବ ଆଧାରିତ କବିତା ଆସରରେ ବାଲେଶ୍ବର ତଥା ଆଖପାଖ ଅଞ୍ଚଳର କବିଗଣ ଯୋଗଦେଇ ନିଜର ରଚିତ କବିତା ପଠନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କବି ଭାଗବତ ଦାସ, କବି ପ୍ରଦୀପ ମିଶ୍ର, କବି ପ୍ରଭାକର, କବି ପ୍ରଦୀପ୍ତ ମିଶ୍ରଙ୍କ ସହ ଅନ୍ଯାନ୍ଯ କବିବୃନ୍ଦଙ୍କ କବିତା ବେଶ୍ ପ୍ରଭାବିତ ହୋଇଥିଲା। ଏଥିସହ କୁଳପତି ପ୍ରଫେସର ତ୍ରିପାଠୀ, ପ୍ରଫେସର ଦେବାଶିଷ ପାତ୍ର, ଅଧ୍ୟାପକ ଅନୀଲ ମହାପାତ୍ର, ରବି ନାରାୟଣ ବେହେରା, ଓ ଛାତ୍ର ବିଶ୍ବମ୍ବରଙ୍କ କବିତା ପଠନ ଶ୍ରୋତାମାନଙ୍କୁ ଆନନ୍ଦିତ କରିଥିଲା। ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ପରିଷଦ ସମ୍ମୁଖ ଗଛରେ ପାରମ୍ପରିକ ସାଜସଜ୍ଜା ସହ ବାଉଁଶର ଦୋଳି ବନ୍ଧାଯାଇଥିଲା। ରଜ ପର୍ବର ଏହି ଉତ୍ସବରେ କୁଳପତି ନିଜ ହାତରେ ସମସ୍ତଙ୍କୁ ପୋଡ଼ପିଠା ବଣ୍ଟନ କରିଥିଲେ। ଏହାପରେ ମ୍ୟୁଜିକ ଚେୟାର୍ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିସହିତ ସମସ୍ତେ ମିଠାପାନ ଖାଇ ନାଚଗୀତ ସହ ଉତ୍ସବର ଭରପୁର ଆନନ୍ଦ ନେଇଥିଲେ। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ସମସ୍ତ ବିଭାଗ ମୁଖ୍ଯ, ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ଛାତ୍ରଛାତ୍ରୀ ଏହି ସାମୁହିକ ଉତ୍ସବର ଅଂଶବିଶେଷ ରହିଥିଲେ।ଏହି କାର୍ଯ୍ୟକ୍ରମଟି ଡ଼କ୍ଟର ଅସୀମ ଅମିତାଭ ପ୍ରଧାନଙ୍କ ତତ୍ତ୍ବାବଧାନରେ ସଂପାଦିତ ହୋଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.