ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏବେ ଏୟାର ଷ୍ଟ୍ରାଇକ୍ ପାଇଁ ଆଉ ଫାଇଟର ଜେଟର ଆବଶ୍ୟକତା ପଡ଼ିବ ନାର୍ହିିଁ । ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍ ‘ନାଗାସ୍ତ୍ର-୧’ । ଏହି ଡୋନକୁ ଶତ୍ରୁ ପକ୍ଷର ରାଡାର ମଧ୍ୟ ଧରିବାରେ ବିଫଳ ହେବ । ଶତ୍ରୁ ମାଟିରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିବାରେ ସକ୍ଷମ ଏହି ସ୍ୱଦେଶୀ ଡ୍ରୋନ । ‘ନାଗାସ୍ତ୍ର-୧’କୁ ଧରିପାରିବନି ରାଡାର । ବଙ୍କର, କ୍ୟାମ୍ପ ଓ ଅସ୍ତ୍ରାଗାରକୁ କରିପାରିବ ଧ୍ୱସଂ । ପ୍ରଥମ ପର୍ଯ୍ୟାୟରେ ସେନାକୁ ମିଳିଛି ୧୨୦ଟି ଡ୍ରୋନ । ସେନାକୁ ମୋଟ୍ ୪୫୦ଟି ଡ୍ରୋନ ଯୋଗାଇ ଦିଆଯିବ । ଭାରତ-ଚୀନ୍ ସୀମା ନୁବ୍ରା ଘାଟିରେ ଏହାର ପରୀକ୍ଷଣ କରାଯାଇଛି । ୧ରୁ ୪ କିଜିର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା । ୪୫ କିଲୋମିଟର ଜିପିଏସ୍ ଟାର୍ଗେଟ ରେଂଜ ରହିଛି । ୪ହଜାର ୫ଶହ ମିଟର ଉପରେ ଉଡ଼ି ଧ୍ୱସଂ କରିବା ଶତ୍ରୁ ଠିକଣା । ୬୦ରୁ ୯୦ମିନିଟ ପର୍ଯ୍ୟନ୍ତ ଉଡ଼ିପାରିବ ‘ନାଗାସ୍ତ୍ର-୧’ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.