କେନ୍ଦ୍ର ସାହିତ୍ୟ ଏକାଡେମୀର ମୁଲାକାତ ଏବଂ ପ୍ରବାସୀ ମଞ୍ଚ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ରଜତ ବଂଶଲ): ମେଘ ସହିତ ଯେପରି ସବୁଜିମାର ସମ୍ପର୍କ ରହିଛି। ଆବେଗ ସହିତ ସାହିତ୍ୟର ସେହିଭଳି ସମ୍ପର୍କ ରହିଛି। ସାହିତ୍ୟ ଅକାଦେମି ପକ୍ଷରୁ ରୋଟାରି ଭବନରେ ଆୟୋଜିତ ‘ମୁଲାକାତ’ ଓ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଭଳି କହିଛନ୍ତି ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ‘ମୁଲାକାତ’ରେ ସେ ଉପସ୍ଥିତ ଯୁବ ଲେଖକ ତଥା ଲେଖିକାମାନଙ୍କୁ ସାହିତ୍ୟରେ ଆବେଗ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଚାରି ଜଣ ଯୁବ ଲେଖକ ସ୍ଵରଚିତ କ୍ଷୁଦ୍ର ଗଳ୍ପ ଓ କବିତା ପାଠ କରିଥିଲେ। ଯେପରିକି ମନୀଷା ବିଶ୍ଵାଳ ତାଙ୍କ କବିତା ‘ପ୍ରେମ କବିତା’, ଶଶାଙ୍କ ପ୍ରିୟସଖା କ୍ଷୁଦ୍ର ଗଳ୍ପ ‘କେବେ ମଙ୍ଗଳ କେବେ ଜହ୍ନ’, ସୁପ୍ରିୟା ପଣ୍ଡା କ୍ଷୁଦ୍ର ଗଳ୍ପ ‘ଅଭିମାନ’ ଓ ତୃପ୍ତିରଞ୍ଜନ ଦାସ କବିତା ‘ପ୍ରବାସ’ ପଠନ କରିଥିଲେ। ଆରମ୍ଭରେ ଅକାଦେମି ପକ୍ଷରୁ କବି ସୁନିଲ କୁମାର ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରବାସୀ ଓଡ଼ିଆ, ବରିଷ୍ଠ ଲେଖକ ତଥା ପ୍ରକାଶକ ସତ୍ୟ ପଟ୍ଟନାୟକ ଯୋଗଦେଇ ବହି ହଜେଇ ଦେବା ଠାରୁ ପାପ ଦୁନିଆରେ କିଛି ନାହିଁ ବୋଲି କହିଥିଲେ। କାରଣ କେଉଁ ବହି କେତେବେଳେ କେଉଁ କାମରେ ଲାଗି ଯିବ କହି ହେବ ନାହିଁ। ପାଠକ ସୃଷ୍ଟି ହେବା ଏକାନ୍ତ ଆବଶ୍ୟକ। ଅନୁବାଦକମାନେ ଯେ କୌଣସି ବହି ଅନୁବାଦ କରିବା ପୂର୍ବରୁ ତାହାର ଠିକ୍‌ ଗବେଷଣା କରିବା ଏକାନ୍ତ ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହିତ ସେ ନୋବେଲ ପୁରସ୍କାର ତଥା ଅନ୍ୟାନ୍ୟ ପୁରସ୍କାରର ଜଟିଳତାକୁ ବୁଝାଇବା ସହିତ ଓଡ଼ିଆ ପାଠକ ଓ ଲେଖକ ବଢ଼େଇବା ପାଇଁ ଏକ ସମ୍ମିଳିତ ସଂଗଠନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ସାହିତ୍ୟିକମାନେ ନିଜ ବହି ପ୍ରକାଶନ ସମୟରେ ନିଜ ଆବଶ୍ୟକତା ଓ ପ୍ରକାଶନୀ ସଂସ୍ଥାର ଗୁଣାବଳୀ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.