ମହିଳା ସାମ୍ୱାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ସୁବର୍ଣ୍ଣପୁର ସାମ୍ୱାଦିକଙ୍କ ବିକ୍ଷୋଭ ପ୍ରଦର୍ଶନ: ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାମ୍ବାଦିକଙ୍କ ପ୍ରତି ଆକ୍ରୋଶର ପ୍ରତିବାଦ ସହ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ। ଦିନକୁ ଦିନ ସାମ୍ବାଦିକ ମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ତାଙ୍କ ସାମାଜିକ ସୁରକ୍ଷା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଅର୍ଗସ ମହିଳା ସାମ୍ବାଦିକଙ୍କ ନିକଟକୁ କୁକୁର ଛାଡି ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିବା ସହିତ ଏହାର ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ। ବିଜେଡିର ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ମହିଳା ସାମ୍ବାଦିକାଙ୍କ ଉପରେ କୁକୁର ଛାଡି ସାମ୍ବାଦିକଙ୍କୁ କୁକୁର ଆକ୍ରମଣ କରିବା ପାଇଁ ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାର ପ୍ରତିବାଦ ସ୍ବରୂପ ଆଜି ଜିଲ୍ଲାର ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ବିଶେଷଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ରାଜ୍ୟରେ ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ତିଆରି କରିବା ନିମନ୍ତେ ଦାବି ରଖିଛନ୍ତି। ସାମ୍ବାଦିକ ମାନେ ସବୁ ସମୟରେ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଭାବେ ଶୋଷଣର ଶିକାର ହେଉଥିବା ବେଳେ ରାଜ୍ୟ ସରକାର ସାମ୍ବାଦିକଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.