ଓଡ଼ିଆ ବାର୍ତ୍ତା/ କଣ୍ଟାମାଲ (ମମତା ମହାକୁର): ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚବିଦ୍ୟାପୀଠରେ ବ୍ଲକ ସ୍ତରୀୟ କ୍ରୀଡ଼ାଙ୍ଗନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ଖେତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଇଓ ସାନୋଜ କୁମାର ସେଠୀ ଯୋଗଦେଇ କ୍ରୀଡା ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ନିରୀକ୍ଷକ ଆନନ୍ଦ ବେହେରା, ଆଦିନାତ ଦାସ, ମାଷ୍ଟର ଟ୍ରେନର ଜିତେନ୍ଦ୍ର ହୋତା, ରଞ୍ଜିତ ସାମନ୍ତରାୟ ଓ ରାଜ୍ୟ ମିନିଟରିଂ ଅଧିକାରୀ ଦେବବ୍ରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ର ୩୭ ଟି ହାଇସ୍କୁଲର କ୍ରୀଡା ଶିକ୍ଷକମାନେ ଯୋଗ ଦେଇଥିବା ବେଳେ ବ୍ଲକ କ୍ରୀଡା ସଂପାଦକ ପଞ୍ଚାନନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।