ଶ୍ରମିକ ସମବାୟ ସମିତି ଲିଃ ର ସଚେତନତା ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ଗ୍ରାମର ତଲପଡା ସ୍ଥିତ କମ୍ୟୁନିଟି ହଲଠାରେ ବୁଧବାର ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ. ର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରମିକ ସମବାୟ ସମିତିର ଅତିରିକ୍ତ ଶାଖା ପରିଚାଳକ ଧନୁ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼ପୋଡ଼ାଗୁଡ଼ା ଗ୍ରାମର ବହୁ ଚାଷୀ ଯୋଗଦେଇ ଥିଲେ। ଏହି କ୍ରମରେ ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ. ଦ୍ବାରା ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ଉପସ୍ଥିତ ଚାଷୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରାଯାଇଥିଲା। ଏବଂ ସମବାୟ ସମିତିରେ ରହିଥିବା ସଭ୍ୟ ସଭ୍ୟା ମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏହି ସଚେତନତା ବୈଠକରେ ଏଫ୍ଇଓ ଉମା ଶଙ୍କର ଦାସ, ପିଇଓ ସଞ୍ଜୁକ୍ତା ନାଏକ, ଚଞ୍ଚଳା ରଣା, ଏଫ୍ଇଓ ମମିତା ମଙ୍ଗରାଜ, ଗିତାଞ୍ଜଳୀ ଦୁର୍ଗା, ବିଳାସିନୀ ହରିଜନ ପ୍ରମୁଖ ଯୋଗଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.