ହରପାଲ ସିଂ ବେଦୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଓଡିଶା କ୍ରୀଡା ସାମ୍ବାଦିକ ସଂଘ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦେଶର ପ୍ରତିଷ୍ଠିତ ଓ ଲୋକପ୍ରିୟ କ୍ରୀଡା ସାମ୍ବାଦିକ ହରପାଲ ସିଂ ବେଦୀଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏ ନେଇ ଓଡିଶା କ୍ରୀଡା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ତାଙ୍କ ଦଶାହ ଅବସରରେ ସଭାପତି ସନ୍ଦୀପ ମିଶ୍ର ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ତାଙ୍କ କ୍ୟାରିୟର ଏବଂ ସାମ୍ବାଦିକତା ନେଇ ଏହି ସଭାରେ ସ୍ମୃତିଚାରଣ କରାଯାଇଥିଲା । ହରପାଲ ସିଂ ୫୦ ବର୍ଷର ସାମ୍ବାଦିକତା ଜୀବନରେ ୮ଟି ଅଲିମ୍ପିକ୍ସ ଓ ୯ଟି ଏସିଆନ ଗେମ୍ସ କଭର କରିଥିଲେ । ଏହି ସ୍ମୃତିଚାରଣ ସଭାରେ କେ ରବି, ସୁରେଶ ସ୍ୱାଇଁ, ସମ୍ବିତ ମହାପାତ୍ର, ଦେବାଶିଷ ସୁନ୍ଦର ରାୟ, ଶକ୍ତିପ୍ରସାଦ ନନ୍ଦ, କୁମାର ବିମଲ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ସର୍ବେଶ୍ୱର ମହାନ୍ତି, ରଞ୍ଜନ ରାୟ ଏବଂ ତୁଷାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.