ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଲୋକସଭାରେ ତାଙ୍କର ସପ୍ତମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଏହା ମଧ୍ୟ ପ୍ରଥମ ପୂର୍ଣ୍ଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି ରଖାଯାଇଛି । ବଜେଟ ଉପସ୍ଥାପନା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି ବିରୋଧୀ ।
ବଜେଟ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ସମାଲୋଚନା କରି କହିଛନ୍ତି “ମୋର କେବଳ ଏତିକି କହିବାର ଅଛି ଯେ ଏହି ବଜେଟ୍ ଦିଗହୀନ ଏବଂ ସାଧାରଣ ଲୋକଙ୍କ ବିରୁଦ୍ଧରେ । ଏଥିରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହି ବଜେଟରେ ମତେ କିଛି ଦେଖା ଯାଉ ନାହିଁ । ଖାଲି ଅନ୍ଧାର, ଅନ୍ଧାର ଓ ଅନ୍ଧାର ବୋଲି କହିଛନ୍ତି ମମତା ।