ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ଜାତୀୟ ମହାକାଶ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଇସ୍ରୋର ଚନ୍ଦ୍ରାୟନ-୩ ମିଶନର ଐତିହାସିକ ସଫଳତାକୁ ସ୍ମରଣ କରି ସମଗ୍ର ଭାରତ ୨୩ ଅଗଷ୍ଟ ୨୦୨୪ରେ ଏହାର ପ୍ରଥମ ସର୍ବଭାରତୀୟ ମହାକାଶ ଦିବସ ପାଳନ କରୁଛି। ଏହି ଅବସରରେ ଫକୀରମୋହନ ବିଶ୍ବବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଦ୍ବାରା ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳନ କରାଯାଇଛି। ମୁଖ୍ଯବକ୍ତା ଭାବେ ଚାନ୍ଦିପୁର ସ୍ଥିତ ଡି.ଆର.ଡି.ଓ.ର ପିଏକ୍ସଇ, ବୈଜ୍ଞାନିକ ଡକ୍ଟର ଏ. ବାନାର୍ଜୀ ଯୋଗଦେଇ ଏହି ସ୍ଵତନ୍ତ୍ର ଦିବସ ପାଳନର ମୁଖ୍ଯ ଉଦ୍ଦେଶ୍ଯ ନେଇ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଅବତରଣ ନିମନ୍ତେ ଚେଷ୍ଟିତ ହୋଇଥିବା ପ୍ରତ୍ୟେକଟି ମିଶନ ସଂପର୍କିତ ସବିଶେଷ ସୂଚନା ଏକ ଉପସ୍ଥାପନା ମାଧ୍ୟମରେ ପ୍ରଦାନ କରିଥିଲେ। ଏଥିସହ ଚନ୍ଦ୍ରାୟନ-୩ ମିଶନର ସଫଳ ଇତିହାସ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀ ଓ ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ମହାକାଶ ବିଜ୍ଞାନ ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ଯ ସଂପର୍କରେ ଅବଗତ କରାଇଥିଲେ। ନିଜ ଉଦବୋଧନରେ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ବିଷୟରେ ଗବେଷଣା କରିବା ପାଇଁ ଉତ୍ସାହିତ କରିଥିଲେ।

Omkar Vasthu
Omkar Vasthu

ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ଯ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲ ଏହି ଦିବସର ସ୍ବାତନ୍ତ୍ର୍ଯ ଉଲ୍ଲେଖ କରିଥିଲେ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ସହ ଚନ୍ଦ୍ରାୟନ-୩ ମିଶନର ସଫଳତାକୁ ମନେ ପକାଇ ଇସ୍ରୋର ବୈଜ୍ଞାନିକଙ୍କ ଉଦ୍ଦେଶ୍ଯରେ ସାମୂହିକ ଅଭିନନ୍ଦନ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ଡ଼କ୍ଟର ବିବେକାନନ୍ଦ ନାୟକ ପରିଚାଳନା କରିଥିଲେ ଓ ଡ଼କ୍ଟର ରାଜୀବ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ଯରେ କୁଇଜ, ପ୍ରବନ୍ଧ ଲିଖନ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.